Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଆନ୍ତଃ ଜିଲ୍ଲା ଡକାୟତି ଗ୍ୟାଙ୍ଗ ଠାବ : ୮ ଡକାୟତ ମଧ୍ୟରୁ ୪ ନାବାଳକ: ମାରଣାସ୍ତ୍ର ସହ ମୋବାଇଲ, ଟଙ୍କା ଜବତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ପୁଲିସ ଏକ ଆନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗ ସହ ମାରଣାସ୍ତ୍ର, ମୋବାଇଲ, ଟଙ୍କା ମଧ୍ୟ ଜବତ କରିଛି । ସୂଚନା ମୁତାବକ ଦୀର୍ଘ ଦିନ ହେବ ଏକ ଡକାୟତି ଗ୍ୟାଙ୍ଗ କନ୍ଧମାଳ-ରାୟଗଡା, କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଅଞ୍ଚଳରେ ଥିବା ଘାଟି ରାସ୍ତାରେ ବିଳମ୍ବିତ ରାତିରେ ଯାତାୟତ କରୁଥିବା ବିଭିନ୍ନ ଗାଡ଼ି ମୋଟର ଅଟକାଇ ମାରଣାସ୍ତ୍ର ଦେଖାଇ ଲୁଟେରା ମାନେ ମେଳି କରି ଲୁଟ ତରାଜ କରିଚାଲିଥିଲେ। କୌଣସି ସୂତ୍ରରୁ ଖବର ପାଇ ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନା ସେମାନଙ୍କ ପିଛା କରିଥିଲେ। ବୁଧବାର ରାତିରେ ତୁମୁଡିବନ୍ଧ-କୋଟଗଡ଼ ସୀମାନ୍ତ ମଦାଗୁଡ଼ା ଛକ ନିକଟରେ ଲୁଟେରା ମାନେ ପୂର୍ବରୁ ଲୁଟ କରିବା ପାଇଁ ପ୍ରସ୍ତୁତ ହୋଇ ରହିଥିବା ଖବର ଥାନା ଅଧିକାରୀ ଜାଣିପାରି ଲୁଟେରା ଙ୍କ ପିଛା କରିଥିଲେ। ଅଳ୍ପ କିଛି ସମୟ ପରେ ପୋଲିସ ଟିମ ଲୁଟେରା ଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଲୁଟେରା ମାନେ ଖମନପଡା ଠାରୁ ମ.ରାମପୁର ରାସ୍ତାରେ ଦୀର୍ଘ ଦିନ ଧରି ଡକାୟତି କରିଚାଲିଥିଲେ । ସେପଟେ ମୁଣ୍ଡିଗଡ଼ ନିକଟ ଲମ୍ବା ଘାଟିରେ ମଧ୍ୟ ବିଳମ୍ବିତ ରାତିରେ ଡକାୟତ କରୁଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ତୁମୁଡିବନ୍ଧ, କୋଟଗଡ଼, ମୁନିଗୁଡ଼ା, ମ.ରାମପୁର ରାସ୍ତା ଉପରେ ଲୋକେ ସଞ୍ଜ ନଇଁଲେ ଯିବା ଆସିବା କରିବା ପାଇଁ ଭୟ କରୁଥିଲେ। ଗିରଫ ଲୁଟେରା ଡକାୟତି ଦଳରେ ୮ ଜଣ ଯୁବକ ସମ୍ପୃକ୍ତ ଥିବା ଜଣାପଡିଛି l ତନ୍ମଧ୍ୟରୁ ୪ ଜଣଙ୍କୁ ପୋଲିସ ବାଳ ସୁଧାର ଗୃହ କୁ ପଠାଯାଇଥିବା ତୁମୁଡିବନ୍ଧ ଥାନା ଅଧିକାରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ମାଉଜର,୨ ଟି ଗୁଳି, ଲୁହା ରଡ଼ ,ଗୋଟିଏ ଭୁଜାଲି, ଗୋଟିଏ ଛୁରୀ, ୫ ଟି ମୋବାଇଲ, ୧୬ ଶହ ଟଙ୍କା,ଜି ଆଇ ପାଇପ, ମଦ ବୋତଲ, ଗଞ୍ଜେଇ ଚିଲମ ଇତ୍ୟାଦି ଡକାୟତି ପାଇଁ ବ୍ୟବହୃତ ମାରଣାସ୍ତ୍ର ଉପକରଣ ଜବତ କରିଛି। ଗିରଫ ହୋଇଥିବା ଲୁଟେରା ମାନଙ୍କୁ ଡାକ୍ତରୀ ମାଇନା କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଗୁରୁବାର ଦିନ ନାବାଳକ ୪ ଜଣଙ୍କୁ ରାଉରକେଲା ସ୍ଥିତ ବାଳ ସୁଧାର କାରାଗାରକୁ ପଠାଯାଇଛି l ୯ ଜଣ ଡକାୟତି ଦଳ ଥିଲେ ଏବଂ ଜଣେ ଧର୍ମା ମଲ୍ଲିକ ଯାହାଙ୍କ ନାମରେ ପୂର୍ବରୁ ୱାରେଣ୍ଟ ରହିଛି ସେ ବନ୍ଧୁକ ଦେଖାଇ ଖସି ପଳାଇବାରେ ସଫଳ ହୋଇଥିଲା l ଫଳରେ ୮ ଜଣକୁ ପୋଲିସ କାବୁ କରିବାରେ ସଫଳ ହୋଇଥିବା ଥାନା ଅଧିକାରୀ ଶ୍ରୀ ଜେନା କହିଛନ୍ତି l

ଗିରଫ ଡକାୟତି ଦଳରେ ତୁମୁଡିବନ୍ଧ ଅଞ୍ଚଳର ବୁଡ଼ାପଡା ଗ୍ରାମର ପିଙ୍କୁ ନାୟକ, ଓ ଲାଇନପଡା ଗ୍ରାମର ବୈଷ୍ଣବ ମାନସେଠ୍ ଥିବା ବେଳେ କୋଟଗଡ଼ ଅଞ୍ଚଳର ସତ୍ୟଜିତ ପ୍ରଧାନ ଓ ସିଦ୍ଧାନ୍ତ ନାୟକ ଏଥି ସହିତ ଅନ୍ୟ ୪ ଜଣ ନାବାଳକ ମଧ୍ୟ କୋଟଗଡ଼ ଅଞ୍ଚଳର ବୋଲି ପୋଲିସ କହିଛି l ପିଙ୍କୁ ନାୟକ ଏକାଧିକ କେସ ରେ ସଂଶ୍ଲିଷ୍ଟ ଥିବା ବେଳେ ବୈଷ୍ଣବ ମାନସେଠ୍ ବୁଦୁଲି ପଦର, ଲମ୍ବାଘାଟି,ମାଦାଗୁଡା ଜଙ୍ଗଲ, ଖମନପଡା ଓ ମ.ରାମପୁର ଅଞ୍ଚଳରେ ଏକାଧିକ ଡକାୟତି ଓ ଅପରାଧ ମାମଲାରେ ୱାରେଣ୍ଟ ରହିଥିବା ପୋଲିସ ସ୍ପଷ୍ଟ କରିଛି l କେଶ ନଂ.୭୦/୨୩ ଦାଏର କରି ଅଧିକ ତଦନ୍ତ ଜାରୀ ରହିଥିବା ପୋଲିସ କହିଛି l ତେବେ ଏହି ଡକାୟତି ଦଳ ଗିରଫ ରେ ଥାନା ଅଧିକାରୀ ଆଶୁତୋଷ ଜେନା ଙ୍କ ସମେତ ଏସ. ଆଇ. ସର୍ବେଶ୍ଵର ଖାଡେଙ୍ଗା କବିରାଜ ଭାତ୍ରା, ପ୍ରତାପ କିଶୋର ଛତ୍ରିଆ, କିଶୋର ଦୋରା,ପ୍ରଭାତ ନାୟକ,ଅନନ୍ତ ପ୍ରଧାନ ସାମିଲ ହୋଇଥିବା ବେଳେ ଜନସାଧାରଣ ଓ ଟ୍ରକ ଚାଳକ ଏବଂ ପଥଚାରୀ ଆଶ୍ୱସ୍ତ ହୋଇଥିବା ଜଣାପଡିଛି l