Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାନଗା ଟ୍ରେନ ଟ୍ରାଜେଡିର ସିବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ, ସେକ୍ସନ ଇଞ୍ଜିନିୟର ଅମିର ଖାନ ସମେତ ୩ ଗିରଫ

ଭୁବନେଶ୍ଵର: ବାଲେଶ୍ଵରର ବାହାନଗାରେ ଜୁନ ୨ରେ ଘଟିଥିବା ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣାରେ ଶୁକ୍ରବାର କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ(ସିବିଆଇ) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିବିଆଇ ମାମଲାରେ ୩ ଜଣଙ୍କୁ ଗିରଫ କରିଛି। ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାନ, ଅରୁଣ କୁମାର ମୋହାନ୍ତ ଏବଂ ଟେକ୍ନିସିଆନ ପପୁ କୁମାରଙ୍କୁ ସିଆରପିସିର ଧାରା ୩୦୪(ହତ୍ୟା) ଏବଂ ୨୦୧(ପ୍ରମାଣ ନଷ୍ଟ) ଆଧାରରେ ଗିରଫ କରାଯାଇଛି।

ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସୁପାରିସକ୍ରମେ ସିବିଆଇ ମାମଲାର ତଦନ୍ତ କରୁଛି। ବାହାନଗାରେ ଟ୍ରେନ ଦୁର୍ଘଟଣା ପରେ ସିବିଆଇ ତଦନ୍ତ ସମୟରେ ଲଗ୍ ବୁକ୍, ରେଲେ ପ୍ୟାନେଲ ଏବଂ ଉପକରଣ ଜବତ କରି ଷ୍ଟେସନକୁ ସିଲ୍ କରିଥିଲା। ଏବେ ବାହାନଗା ବଜାର ଷ୍ଟେସନରେ କୌଣସି ଟ୍ରେନ ଅଟକୁ ନାହିଁ। ଏହି ସମୟରେ ତଦନ୍ତକାରୀ ଏଜେନ୍ସି ଷ୍ଟେସନର ୫ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରିଥିଲା। ଏହା ପରେ ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାନ ସୋର ସ୍ଥିତ ଭଡ଼ା ଘରକୁ ସିଲ୍ କରିଥିଲା।

ସୂଚନାଯୋଗ୍ୟ, ୩ ଦିନ ପୂର୍ବେ ବାହାନଗା ଟ୍ରେନ ଦୁର୍ଘଟଣାରେ ରେଲଓ୍ଵେ ସୁରକ୍ଷା ଆୟୋଗ ତଦନ୍ତ ରିପୋର୍ଟ ରେଲଓ୍ଵେ ବୋର୍ଡକୁ ପ୍ରଦାନ କରିଥିଲେ। ଏଥିରେ ମାନବଜନିତ ତ୍ରୁଟି ଏବଂ କରମଣ୍ଡଳକୁ ଭୁଲ ସିଗ୍ନାଲ ଦିଆଯାଇଥିବା ଉଲ୍ଲେଖ ରହିଛି। ତେବେ ଏହି ରିପୋର୍ଟକୁ ସାର୍ବଜନୀନ କରାଯାଇ ନାହିଁ। ରେଲଓ୍ଵେ ବୋର୍ଡ ଏବେ ସିବିଆଇର ତଦନ୍ତ ରିପୋର୍ଟକୁ ଅପେକ୍ଷା କରିଛି। ଘଟଣାରେ ରେଲଓ୍ଵେର ସାଉଥ ଇଷ୍ଟର୍ଣ୍ଣ ଜୋନର ଅନେକ ଅଧିକାରୀଙ୍କୁ ବଦଳି କରାଯାଇଛି। ଇଷ୍ଟର୍ଣ୍ଣ ଜୋନର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀଙ୍କୁ ଟ୍ରାନ୍ସଫର କରାଯାଇଛି ତାଙ୍କ ସ୍ଥାନରେ ଅନିଲ କୁମାର ମିଶ୍ରଙ୍କୁ ମହାପ୍ରବନ୍ଧକ ଭାବେ ନିଯୁକ୍ତ କରାଯାଇଛି।

ସୂଚନାଯୋଗ୍ୟ, ବାହନଗା ବଜାର ଷ୍ଟେସନରେ ଜୁନ ୨ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ଲୁପ ଲାଇନରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନକୁ ଭୀଷଣ ଧକ୍କା ଦେଇଥିଲା କରମଣ୍ଡଳ ଏକ୍ସପ୍ରେସ୍। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ଯଶବନ୍ଦପୁର-ହାଓ୍ଵଡା ଏକ୍ସପ୍ରେସ୍ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା। ଏଥିରେ ୨୯୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଲେ ୧୨୦୮ ଆହତ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ