Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ତଃର୍ଜାତୀୟ ସଫ୍ଟ ଟେନିସ୍ ଚମ୍ପିଆନସିଫକୁ ମନୋନୀତ,କିନ୍ତୁ ଭାଗ ନେବାକୁ ଅର୍ଥ ସାଜିଛି ବାଧକ

ସମ୍ବଲପୁର(ଠେମେରା): ଜିଲ୍ଲାରୁ ରାଜ୍ୟ ଓ ରାଜ୍ୟରୁ ଜାତୀୟ ସ୍ତରକୁ ଯାଇ ବର୍ତ୍ତମାନ ଆନ୍ତଃର୍ଜାତୀୟ ସ୍ତରରେ ଏକ ଉଦୀୟମାନ ତାରକା ହେବାକୁ ଯାଉଛନ୍ତି ସମ୍ବଲପୁରର ଅଂଶୁମାନ ବାବୁ। ଚଳିତ ମାସ ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡର ପଟ୍ଟାୟା ଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତଃର୍ଜାତୀୟ ସଫ୍ଟ ଟେନିସ୍ ଚମ୍ପିଆନସିଫ ୨୦୨୩ ରେ ୧୮ ବର୍ଷରୁ କମ୍ ବର୍ଗରେ ଅଂଶଗ୍ରହଣ କରିବା ପାଇଁ ଅଂଶୁମାନ ମନୋନୀତ ହୋଇଛନ୍ତି।
ସର୍ବଭାରତୀୟ ସ୍ତରରେ ମୋଟ ୧୬ ଜଣଙ୍କ ମଧ୍ୟରୁ ଠେମେରା ଗ୍ରାମର ଏହି ଅଂଶୁମାନ ହେଉଛନ୍ତି ଓଡିଶାର ଏକମାତ୍ର ତାରକା। ଯିଏକି ଆଗାମୀ ସେପ୍ଟେମ୍ବର୍ ମାସରେ ଚାଇନା ଠାରେ ହେବାକୁ ଥିବା ଏସିଏନ ଗେମ୍ସରେ ମଧ୍ୟ ଭାଗ ନେବାର ଗୌରବ ଅର୍ଜ୍ଜନ କରିଛନ୍ତି।ଅଂଶୁମାନ ପ୍ରଥମେ ସମ୍ବଲପୁର କମିଶନର କଲୋନି ଠାରେ ତତ୍କାଳ ଜିଲ୍ଳାପାଳ ସମର୍ଥ ବର୍ମାଙ୍କ ସମୟରେ ଖୋଲାଯାଇଥିବା ବୀର ସୁରେନ୍ଦ୍ର ସାଏ ଟେନିସ୍ କୋର୍ଟ ରେ ପ୍ରଥମେ ତାଲିମ ନେବା ପରେ ଯୁକ୍ତ ୨ ବିଜ୍ଞାନ ଦ୍ୱୀତିୟ ବର୍ଷରେ ପଢୁଥିବା ଏହି ଉଦୀୟମାନ ବର୍ତ୍ତମାନ ଭେଙ୍କଟେଶ୍ୱର ଇଂଲିସ ମିଡିୟମ୍ ସ୍କୁଲ ଭୁବନେଶ୍ବର ଠାରେ ତାଲିମ ଗ୍ରହଣ କରୁଛନ୍ତି।ଏହି ସଫଳତା ଅଂଶୁମାନ ପାଇଥିଲେବି ପ୍ରତିଯୋଗିତାରେ ଭାଗ ନେବାକୁ ତାଙ୍କ ପାଇଁ ଅର୍ଥ ସାଜିଛି ବାଧକ।ଫଳରେ ଗତକାଲି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାଶଙ୍କୁ ଭେଟି ସେ ସହଯୋଗର ହାତ ବଢାଇଛନ୍ତି। ଟେନିସ୍ ଫେଡେରେସନ୍ ଅଫ ଇଣ୍ଡିଆ ପକ୍ଷରୁ ଚୟନ ହୋଇଥିବା ଏହି ଉଦୀୟମାନ ତାରକା ଅଂଶୁମାନ ହେଉଛନ୍ତି ଠେମେରା ଗ୍ରାମର ମୂଳ ନିବାସୀ ସଞ୍ଜିବ ଓ ଗାୟତ୍ରୀ ବାବୁଙ୍କ ଦ୍ୱିତୀୟ ପୁତ୍ର।ବର୍ତ୍ତମାନ ସେମାନେ ପରିବାର ସହ ସମ୍ବଲପୁରର ଚାରଭାଟିରେ ଅବସ୍ଥାନ କରୁଛନ୍ତି। ଅଂଶୁମାନଙ୍କ ଏହି ସଫଳତା ସର୍ବ ଭାରତୀୟ ସ୍ତରରେ ଗୌରବ ଆଣିଛି ସତ,କିନ୍ତୁ ଅର୍ଥର ବାଧକ ନେଇ ପ୍ରତିଯୋଗିତାରେ ଭାବ ନେବା ନେଇ ଦେଖାଦେଇଛି ଅନିଶ୍ଚିତତା। ଜିଲ୍ଲାପାଳ,ରାଜ୍ୟ ସରକାର ତଥା ବିଭିନ୍ନ ଅନୁଷ୍ଠାନ ସହିତ ବଦାନ୍ୟଙ୍କ ସହଯୋଗ ରହିଲେ ସମ୍ବଲପୁରର ଏହି ଉଦୀୟମାନ ତାରକା ସମଗ୍ର ବିଶ୍ୱରେ ଯେ,ଇତିହାସ ନରଚିବେ କିଏ କହିବ!

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ