Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରି ସେତେ ସହଜ ନୁହେଁ ୟୁସିସି ଲାଗୁ କରିବା: ଆଜାଦ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୁଲାମ ନବି ଆଜାଦ ଶନିବାର ସମାନ ନାଗରିକ ସଂହିତା(ୟୁସିସି) ଲାଗୁ କରିବା ନେଇ କେନ୍ଦ୍ର ସରକାରଙ୍କୁ ସତର୍କ କରାଇଛନ୍ତି। ସେ କହିଛନ୍ତି, ଏହାର ପ୍ରଭାବ ସମସ୍ତ ଧର୍ମ ଉପରେ ପଡ଼ିବ । ୟୁସିସି ଲାଗୁ କରିବା ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିବା ପରି ସେତେ ସହଜ ହେବନି।

ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି(ଡିପିଏପି)ର ଅଧ୍ୟକ୍ଷ ଆଜାଦ କହିଛନ୍ତି, ୟୁସିସି ଲାଗୁ କରାଯିବାର ପ୍ରଶ୍ନ ଉଠୁନାହିଁ। ଏହା ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ପରି ସହଜ ହେବ ନାହିଁ। ଏଥିରେ ସମସ୍ତ ଧର୍ମ ସାମିଲ୍ ଅଛନ୍ତି। କେବଳ ମୁସଲମାନ ନୁହନ୍ତି ବରଂ ଶିଖ, ଖ୍ରୀଷ୍ଟିୟାନ, ଆଦିବାସୀ, ଜୈନ ଏବଂ ପାର୍ସି ସମସ୍ତ ସମୁଦାୟର ଲୋକଙ୍କକୁ ଅସନ୍ତୁଷ୍ଟ କରି କୌଣସି ବି ସରକାର ପାଇଁ ଏହା ଠିକ୍ ହେବ ନାହିଁ। ଏଥିପାଇଁ ସରକାରଙ୍କୁ ମୋର ପରାମର୍ଶ ଏହି ପଦକ୍ଷେପ ଉଠାଇବା ବିଷୟରେ ତିଳେ ହେଲେ ଚିନ୍ତା କରନ୍ତୁ ନାହିଁ ବୋଲି ଗୁଲାମ ନବି ଆଜାଦ କହିଛନ୍ତି।

ଏହା ମଧ୍ୟରେ ବିଧି ଆୟୋଗ ସମାନ ନାଗରିକ ସଂହିତା(ୟୁସିସି)କୁ ନେଇ ନିଜ ନାମରେ ପଠା ଯାଉଥିବା ମିଛ ହ୍ଵାଟ୍ସଆପ୍ ସନ୍ଦେଶ ଏବଂ ଫୋନ କଲ୍ ପ୍ରତି ଲୋକଙ୍କୁ ସତର୍କ କରାଇଛି। ସଠିକ୍ ସୂଚନା ପାଇଁ ଏହାର ଓ୍ଵେବସାଇଟ୍ ସହିତ ସରକାରୀ ତଥ୍ୟ ଉପରେ ଭରସା କରିବାକୁ ଅପିଲ୍ କରାଯାଇଛି। କାରଣ ଅନେକ ଲୋକଙ୍କ ନିକଟକୁ ବିଧି ଆୟୋଗ ନାଁରେ ଫେକ୍ ଆସିଥିବା ଦେଖିବାକୁ ମିଳୁଛି। ବିଧି ଆୟୋଗ ଏହାକୁ ନେଇ ସ୍ପଷ୍ଟ କରିଛନ୍ତି ଯେ, ଏହି ଫେକ୍ ମେସେଜ, କଲରେ ଆୟୋଗର କୌଣସି ସଂପର୍କ ନାହିଁ ଏବଂ ଏହାର ଉତ୍ତରଦାୟୀ ମଧ୍ୟ ରହିବ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ