Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେବଦୂତ ସାଜିଲେ ସୁରିବାବୁ। ୪କିଲୋମିଟର ରାସ୍ତା ଗର୍ଭବତୀ ମହିଳା ଙ୍କୁ କାନ୍ଧରେ ବୋହିନେଲେ।B

ପୁଣି ଗୁଡ଼ାରୀ ବ୍ଲକରେ ଜନନୀ ଯନ୍ତ୍ରଣା,ଗାଁ କୁ ଭଲ ରାସ୍ତା ନଥିବାରୁ ଭାରରେ ବୁହା ହେଲେ ଗର୍ଭବତୀ ମା। ଅଧା ବାଟରେ ଜନ୍ମ ଦେଲେ ମାଁ ଏକ ଶିଶୁ କନ୍ୟା। ଜିମାରାଓ ଗ୍ରାମରୁ ଆସିଛି ଅଭାବନୀୟ ଘଟଣା। ଗୁଡ଼ାରି ଠାରୁ ପ୍ରାୟ ଅଠର କିଲୋମିଟର ରାସ୍ତା। ମଧୁବନ ଗ୍ରାମ ପଂଚାୟତର ଅପହଞ୍ଚ ଇଲାକା ଜିମାରାଓ ଗ୍ରାମ । ଦେଶ ସ୍ଵାଧୀନ ହେବାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଜୀମାରାଓ ଗ୍ରାମକୁ ରାସ୍ତା ନାହି। ରାଜ୍ୟ ସରକାର ଉନ୍ନୟନର ଡିଣ୍ଡିମ ପିଟୁଥିବା ବେଳେ ଜୀମାରାଓ ରାଜ୍ୟ ବାହାରେକି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ଉକ୍ତ ଗ୍ରାମରେ ପ୍ରାୟ ତିରିଶିରୁ ଅଧିକ ଘର ଥିବାବେଳେ ଆଜି ପର୍ଯ୍ୟନ୍ତ ରାସ୍ତାର ସୁବିଧା ହୋଇ ପାରିନାହିଁ। ପ୍ରଶାସନର ଦୃଷ୍ଟି ପଡୁ। ଆଜିର ଘଟଣାଟି ଏପରିଥିଲା ଜୀମାରାଓ ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ୧୦୮ ଜନନୀ ଗାଡିର ଚାଳକ ଡି.ସୁରିବାବୁ ୪ କିଲୋମିଟର ରାସ୍ତା ଚାଲି ଚାଲି ଯାଇ ପୂଣି ମହିଳା ଜଣଙ୍କ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟରେ ପହଁଚି ଥିଲେ। ଏଥି ମଧ୍ୟରେ ମହିଳା ଜଣକ ୧୦୮ଗାଡ଼ିରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଉଭୟେ ଭଲରେ ଥିବା ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର କହିଛନ୍ତି।ଏଠାରେ କହିବା କଥା ହେଲା ସୁରିବାବୁ ଏଥି ପୂର୍ବରୁ ବହୁବାର ଏମିତି ଗର୍ଭବତୀ ମହିଳା ମାନଙ୍କୁ କାନ୍ଧରେ ବୋହି ଆଣିଥିବା ନଜିର ରହିଛି। ସେ ଜଣେ ଅତୀ ଉତ୍ତମ ଏବଂ ସାହାଯ୍ୟ ପରାୟଣ ଯୁବକ ଅଟନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ