Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସମ୍ବଲପୁରେ ଚାଲିଛେ ସମ୍ବଲପୁରୀ ବହିହାଟ

ସମ୍ବଲପୁର: ସମ୍ବଲପୁରରେ ଚାଲିଛିସମ୍ବଲପୁରୀ ବହିହାଟ୍।ସମ୍ବଲପୁରୀ ଭାଷାକୁ ରାଷ୍ଟ୍ରିୟ ମାନ୍ୟତା ହେଉ ଅବା ଅଷ୍ଟମ ପରିଚ୍ଛେଦରେ ସ୍ଥାନ ଦେବାକୁ ବାରମ୍ବାର ଦାବି କରିବା ସତ୍ତ୍ୱେ ଶାସନ କଳ ସମ୍ଭାଳୁ ଥିବା ଅବା ନୀତି ନିୟମ ନିର୍ଦ୍ଧାରଣ କରୁଥିବା ନେତା ମାନଙ୍କ ମୌନବ୍ରତକୁ ଏକ ଅଭିନବ କୌଶଳରେ କଲମ ପରିବାର ଦେଖାଇଛି ନୂଆଁ ବାଟ। ଆଜି ଶ୍ରୀ ଅରବିନ୍ଦ ପୂର୍ଣ୍ଣ।ଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ଠାରେ ସମ୍ବଲୁପୁରୀ ବହିହାଟର ଶୁଭାରମ୍ଭ ହୋଇଛି। ମିଳିତ ଅତିଥିଙ୍କ ଗହଣରେ ଓଡିଶାର ସୁପ୍ରସିଦ୍ଧ ଡାକ୍ତର ତଥା ସମ୍ବଲପୁରର ପୁର୍ବତନ ବିଧାୟିକା ଡା.ରାସେଶ୍ବରୀ ପାଣିଗ୍ରାହୀ ପ୍ରଦୀପ ପ୍ରଜ୍ଜଳନ କରି ଏହାର ଶୁଭାରମ୍ଭ କରିଥିଲେ। ଏହି ବହିହାଟରେ ସମ୍ବଲପୁରୀ ଭାଷାର ବିଭିନ୍ନ ପୁସ୍ତକ ଏଠାରେ ଦେଖିବାକୁ ମିଳିଛି। ସାମ୍ବାଦିକ କଭବନ ଠାରେ ଆୟୋଜିତ ଉଦଘାଟନୀ ସଭାରେ ଡ଼ା.ରାସେଶ୍ବରୀ ପାଣିଗ୍ରାହୀ ମୁଖ୍ୟ ଅତିଥି, ଡ଼.ନୃପରାଜ ସାହୁ କୁଳସଚିବ ସମ୍ବଲପୁର ବିଶ୍ବବିଦ୍ୟାଳୟ ମୁଖ୍ୟବକ୍ତା, ବିଶିଷ୍ଟ ସାହିତ୍ୟିକ ତଥା ଗଙ୍ଗାଧର ମେହେରେ ବିଶ୍ବଦ୍ୟାଳୟର ଭୀମଭୋଇ ଚେୟାରର ମୁଖ୍ୟ, ଡ଼.ପ୍ରଦୀପ ପଣ୍ଡା ଓ ସାହିତ୍ୟିକ ମୁକ୍ତକଣ୍ଠ ପ୍ରଧାନ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ। ସଭାପତି ଜୟକୃଷ୍ଣ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଡ଼.ପ୍ରଦୀପ ପଣ୍ଡା କହିଲେ, ସମ୍ବଲପୁରୀ ଭାଷାକୁ ମାନବ ଭାଷାର ଦର୍ଜା ଭଳି ବହିହାଟ ସହାୟକ ହେବ। ଅନ୍ୟତମ ସମ୍ମାନୀତ ଅତିଥି ମୁକ୍ତକଣ୍ଠ ପ୍ରଧାନ ନେତୃତ୍ୱ ଅଭାବରୁ ଆମ ସଂସ୍କୃତି ଅବକ୍ଷୟ ଆଡକୁ ଗତି କରୁଥିବା ବେଳେ ଭାଷା ସାହିତ୍ୟର ସୁରକ୍ଷା ପାଇଁ ସେ ଯୋର୍ ଦେଇଥିଲେ। ଅଷ୍ଟମ ଅନୁଚ୍ଛେଦରେ ସମ୍ବଲପୁରୀ ଭାଷାକୁ ସ୍ଥାନୀତ କରିବା ପାଇଁ ଆମ ସମସ୍ତଙ୍କର ପ୍ରୟାସ ଆବଶ୍ୟକ ବୋଲି ଡ଼ା.ପାଣିଗ୍ରୀହୀ ମତ ଦେଇଥିଲେ।
ମୁଖବକ୍ତା ଡ଼.ନୃପରାଜ ସାହୁ ନିଜର ଭାଷା ପ୍ରକାଶ କରି କହିଲେ, ସମ୍ବଲପୁରୀ ଭାଷାକୁ ଆଗକୁ ନେବା ପାଇଁ ଆମେ ବିଲମ୍ବ କରିଛୁ। ମାତୃଭାଷା, ମାତୃଭୂମି ପ୍ରୀତିକୁ ଆମକୁ ଉଜାଗର କରି ରଖିବାକୁ ସେ ଚେତାଇ ଦେଇଥିଲେ। ଗାଁମାନଙ୍କରେ ଯେଉ ନିଚ୍ଛକ ସମ୍ବଲପୁରୀ ଶବ୍ଦର ପ୍ରୟୋଗ ହୁଏ, ସେ ଗୁଡ଼ିକୁ ସମସ୍ତଙ୍କ ପାଖକୁ ପହଞ୍ଚାଇବାକୁ ପଡ଼ିବ ଓ ନିଜ ଭାଷାର ବିକାଶ ହିଁ ଆମର ଲକ୍ଷ୍ୟ ହେବା ଉଚିତ୍ ବୋଲିସେ ନବ ଚେତନାର ଏକ ବାର୍ତ୍ତା ଦେଇଥିଲେ। ସଭାପତି ଜୟକୃଷ୍ଣ ବେହେରା ଏଥିରେ ଅଧ୍ୟକ୍ଷତା କରି ବହି ହାଟର ପରିବେଶ ସମ୍ବଲପୁରୀ ଅନୁରାଗି ମାନଙ୍କ ପାଇଁ ଏକ ନୂଆଁ ଦିଶା ଦେଖାଇଥିବା ସେ କହିଥିଲେ। କାର୍ଯ୍ୟକ୍ରମକୁ ସମ୍ବଲପୁରର ବିଶିଷ୍ଟ ଐତିହାସିକ ତଥା ବରିଷ୍ଠ ସାମ୍ବାଦିକ ଦୀପକ କୁମାର ପଣ୍ଡା ଏହାକୁ ସଂଯୋଜନା କରିଥିବା ବେଳେ କଲମ ପରିବାରର ଆବାହକ ତଫିଜୁର ହୁସେନ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଶେଷରେ ସାହିତ୍ୟିକ କ୍ଷେତ୍ରମଣି ବିଭାର ଧନ୍ୟବାଦ ଦେଇଥିଲେ।
ବହିହାଟ କାର୍ଯ୍ୟକ୍ରମ ଆୟୋଜନରେ ଅକ୍ଷର, ଶିଳ୍ପ ବିକାଶ ଦୀପକ ପଣ୍ଡାଙ୍କ ପ୍ରକାଶନ ଅ-କ୍ଷର ପ୍ରକାଶନୀ, ନୂଆଁ ସକାଲ ପବ୍ଲିକେଶନ, ଉଦିଆଁ ପ୍ରକାଶନୀ ପ୍ରମୁଖ ପୁସ୍ତକ ପ୍ରଦର୍ଶିତ ଓ ବିକ୍ରୟ ହେଉଥିବା ବେଳେ ଅନେକ ପୁସ୍ତକ ପ୍ରେମୀ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ଅବସରେ କ୍ଷୁଦ୍ର ଗଳ୍ପ ପଠନ କରାଯାଇଥିଲା। କବୟତ୍ରୀ ମମତା ନାଥ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ।