Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୩୦ଫୁଟ ପୋଲ ତଳକୁ ଖସିଲା ଟ୍ରେଲର, ଚାଳକ ଗୁରୁତର

ଜମନକିରା : ଜମନକିରା ଥାନା ରାଜରାସ୍ତା ୫୩ ପିଠାମାରେନ ପୋଲରେ ଆଜି ଏକ ଟ୍ରେଲର ରେଜିଷ୍ଟେଶନ ନ.(ଏଲଏଲ୍ ୦୧ ଏନ୍ ୮୫୫୯) ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ଥ ହେବା ଫଳରେ ୩୦ ଫୁଟ ତଳକୁ ଖସି ପଡିଥିଲା। ଚାଳକ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ଗୁରୁତର ଚାଳକଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ଜମନକିରା ଥାନାରେ ଏକ ଦୁଘଟଣା ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଟ୍ରେଲର ଟି କଲିକତା ରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ଆଜି ପୂର୍ବାହ୍ନ ସାଢେ଼ ୬ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରେଲର ରେ ବଡ଼ ବଡ଼ ଲୁହା ପାଇପ ବୋଝେଇ ହୋଇଥିବା ବେଳେ ଦୁର୍ଘଟଣା ପରେ ପାଇପ ସବୁ ଛିନଛତ୍ର ହୋଇ ନାଳ ମଧ୍ୟରେ ବିଛେଇ ହୋଇ ପଡିଥିବା ଦେଖାଯାଇଛି।ଟ୍ରେଲର ଟି ସମ୍ପୂର୍ଣ ଭାଙ୍ଗିରୁଜି ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories