Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ବାଧିନ କ୍ଳବ ଓ ଏସିଇ ପକ୍ଷରୁ ବାଲିଯାତ୍ରା ପଡ଼ିଆ ରାସ୍ତାରେ କଡ଼ରେ ବୃକ୍ଷ ରୋପଣ

ଜମନକିରା : ସମ୍ବଲପୁର ଜିଲ୍ଲା ସଇଡ଼ା ସ୍ଥିତ ବାଲିଯାତ୍ରା ପଡ଼ିଆ ରାସ୍ତା କଡରେ ଏସସିଇ ର ସହାୟତାରେ ସ୍ବାଧିନ କ୍ଳବ ପକ୍ଷରୁ ଆଜି ଝିପି ଝିପି ବର୍ଷା ସତ୍ବେ ବୃକ୍ଷ ରୋପଣ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ପ୍ରକୃତି ବନ୍ଧୁ ସୁବାସଚନ୍ଦ୍ର ନାୟକ ମୂଖ୍ୟଅତିଥି ଭାବେ ଯୋଗଦେଇ ଵୃକ୍ଷ ରୋପଣ ଆରମ୍ଭ କରିଥିଲେ। ସଇଡା ସ୍ୱାଧୀନ କ୍ଲବ ପକ୍ଷରୁ ବିଜୁ ସାହୁ, ଅଭୀ ମନୋହରୀ, ପିଙ୍କୁ ପୃଷେଠ୍, ଏସିଇ କମ୍ପ୍ୟୁଟର ସେଣ୍ଟର୍ର ନିର୍ଦେଶକ ରାଜେଶ ଶର୍ମା, ଖୁସି ଦସଭାୟl, ଶିକ୍ଷକ ପଙ୍କଜ ବେହେରା ତଥା ରଜତ ରାୟ, ଭୋଜନ ପଟେଲ, ସୌମ୍ୟ ରଞ୍ଜନ ଦେବତା, ସରୋଜ ବାଘ, ଦେବାନନ୍ଦ ପୃଷେଠଙ୍କ ସମେତ ସାତ ବର୍ଷର ଶିଶୁ ସୁଶ୍ରୀ ଆରାଧ୍ୟା ଶର୍ମା ପ୍ରମୁଖ ଯୋଗ ଦେଇ ପ୍ରାୟ ଏକ ଶହ ଚାରା ରୋପଣ କରିଥିଲେ। ଏହି ଅଞ୍ଚଳରେ ଆଗାମୀ ଦିନରେ ଏକ ହଜାର ଚାରା ରୋପଣ କରିବାକୁ ଲକ୍ଷ୍ୟ ରଖା ଯାଇଥିବା କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ