Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଓଟିପି ସେୟାରିଂ ମାମଲା; ଆଜି ଅଭିଜିତର ସରୁଛି ରିମାଣ୍ଡ ଅବଧି, ଜେରା ବେଳେ ନୂଆ ତଥ୍ୟ ଓଗାଳିଛି ଅଭିଯୁକ୍ତ

ଭୁବନେଶ୍ଵର: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ଓଟିପି ସେୟାରିଂ ମାମଲାରେ ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜମ୍ବରେର ୪ ଦିନିଆ ରିମାଣ୍ଡ ଅବଧି ମଙ୍ଗଳବାର ଶେଷ ହୋଇଛି। ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ। ପୁଣି ଥରେ ରିମାଣ୍ଡରେ ଆଣିବା ଲାଗି କ୍ରାଇମବ୍ରାଞ୍ଚ ଏସଟିଏଫ କୋର୍ଟରେ ଆବେଦନ କରିବେ।

ଗତକାଲି ଜେରା ବେଳେ ଅଭିଜିତ କିଛି ନୂଆ ତଥ୍ୟ ଓଗାଳିଛି। ଏସଟିଏଫ, ଏଟିଏସ ଏବଂ ଆଇବିର ମିଳିତ ଜେରାରୁ ଜଣା ପଡିଛି ଯେ, ସେ ବ୍ୟବହାର କରୁଥିବା ୫ଟି ମୋବାଇଲରୁ ୩ଟିରେ ପାକିସ୍ତାନ ଏଜେଣ୍ଟଙ୍କ ସହ କଥା ହୋଇଛି। ପ୍ରଥମେ ଟଙ୍କା କାରବାର କଥା ପଦାକୁ ଆସିଥିବା ବେଳେ ଏବେ ଆତଙ୍କୀ ସହ ଫୋନରେ ଯୋଗାଯୋଗ ତଦନ୍ତକୁ ଆହୁରି ସୁଦୃଢ କରିଛି। ଅପରପକ୍ଷେ ଦେଶଅର ସୁରକ୍ଷା ସମ୍ବନ୍ଧିତ ପ୍ରସଙ୍ଗ ହୋଇଥିବାରୁ ତଦନ୍ତରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଯୋଡ଼ି ହୋଇ ଯାଇଛି। ଏନଆଇଏର ଏକ ଟିମ୍ ଭୁବନେଶ୍ଵର କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ପହଞ୍ଚି ମାରାଥନ ଜେରା କରିଛି। ଆଜି ଅଭିଜିତର ରିମାଣ୍ଡ ସରୁଥିବା ବେଳେ କୋର୍ଟରେ ହାଜର କରାଯିବ। ପୁଣି ଥରେ ରିମାଣ୍ଡରେ ଅଣାଯାଇପାରେ ବୋଲି ଜଣା ପଡିଛି।

ଅଭିଜିତ କେବେ ଏବଂ କେଉଁ କେଉଁ ସମୟରେ ଆତଙ୍କୀଙ୍କ ସହ କଥା ହୋଇଥିଲା, ଅନ୍ୟ କେଉଁମାନଙ୍କୁ ଆତଙ୍କୀଙ୍କ ସହ ଯୋଡ଼ିଥିଲା ତାର ତଦନ୍ତ କରିବା ପାଇଁ ମୋବାଇଲ ନମ୍ବରଗୁଡ଼ିକର ସିଡିଆର ରିପୋର୍ଟ। ସେପଟେ ଅଭିଯୁକ୍ତ ଅଭିଜିତ ସଞ୍ଜୟ ବିସ୍ଫୋରକ ବୟାନ ଦେଇଥିଲେ । ସେ ନିର୍ଦ୍ଦୋଷ, ତାଙ୍କୁ ଏହି କେସ୍‌ରେ ଫସାଇ ଦିଆଯାଇଛି ବୋଲି କହିଥିଲା । ପୂର୍ବରୁ ନୟାଗଡ଼ ଆଇଟିଆଇ ଶିକ୍ଷକ ପଠାଣି ସାମନ୍ତ ଲେଙ୍କାଙ୍କୁ ଟଙ୍କା ଦେଇଥିଲେ । ହେଲେ ସେ ଆଇଏସଆଇ କିମ୍ବା ପାକିସ୍ତାନ ଆର୍ମି ଏଜେନ୍ସି ଅଧିକାରୀଙ୍କ ସହ ଲିଙ୍କ ବିଷୟରେ କିଛି କହିନଥିଲା।