Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନ ମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନା ରେ ଅନେକ ବ୍ୟତିକ୍ରମ, କଲେଜ ଛାତ୍ରୀଛାତ୍ରଙ୍କ ନାମରେ କାର୍ଯ୍ୟାଦେଶ

ଚିପିଲିମା, ୧୧/୦୭ପ ୍ରଧାନ ମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାରେ ସାମିଲ କରିବା ପାଇଁ ଗ୍ରାମାଞ୍ଚଳରେ ଅନେକ ହିତାଧିକାରୀ ପୂର୍ବରୁ ଆବେଦନ କରିଥିବାବେଳେ, ଇତିମଧ୍ୟରେ ତାଲିକା ପ୍ରକାଶ ପାଇଛି।ସେଥିମଧ୍ୟରୁ କଲେଜ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ତାଲିକାରେ ସ୍ଥାନିତ ହୋଇଥିବାବେଳେ, କାର୍ଯ୍ୟାଦେଶ ମଧ୍ୟ ଦିଆଯାଇଥିବା ଦୃଶ୍ୟ ମଧ୍ୟ ସାମନାକୁ ଆସିଛି।ଯାହାକି ବୁଦ୍ଧିଯିବି ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି।ନିୟମକୁ ଦେଖିଲେ ତାଲିକାଭୁକ୍ତ ହିତାଧିକାରୀମାନଙ୍କୁ ପ୍ରଥମେ କାର୍ଯ୍ୟାଦେଶ ସହ ପ୍ରଥମ କିସ୍ତି ଆକାରରେ ୪୦ହଜାର ଅର୍ଥରାଶି ବ୍ୟାଙ୍କ ଖାତାରେ ଦିଆଯିବା କଥା।ହେଲେ ଏଥିରେ ମଧ୍ୟ ବ୍ୟତିକ୍ରମ ଦେଖାଯାଉଛି।କାହାର କାର୍ଯ୍ୟାଦେଶ ମିଳିଯାଇଛି ତ ଖାତାକୁ ଟଙ୍କା ଆସିନାହିଁ, ତ କାହାର ଦୀର୍ଘଦିନ ହେଲା ଖାତାକୁ ଟଙ୍କା ଆସିଯାଇଛି ହେଲେ କାର୍ଯ୍ୟାଦେଶ ମିଳିପାରିନାହିଁ।ଏମିତି ଅନେକ ବ୍ୟତିକ୍ରମ।ଆଗକୁ ଘର ତିଆରି ସମ୍ପୂର୍ଣ୍ଣ କରିବା ଭିତରେ କଣ ସବୁ ବ୍ୟତିକ୍ରମ ଦେଖିବାକୁ ମିଳୁଛି ବାକି ରହିଲା ବୋଲି ସଚେତନ ବୁଦ୍ଧିଯିବି ମହଲରେ ଚର୍ଚ୍ଚା ଜୋର ଧରିଛି।ସବୁଠୁ ଦୁର୍ଭାଗ୍ୟ ର କଥାହେଲା ବର୍ଷାଋତୁରେ କାର୍ଯ୍ୟାଦେଶ ଦିଆଯାଇଥିବାବେଳେ, ହିତାଧିକାରୀ ଘର ଭାଙ୍ଗି ନୂତନ ଘର ତିଆରି କରୁଥିବା ସମୟରେ ଅନ୍ୟ ଘରେ ମୁଣ୍ଡ ଗୁଞ୍ଜିବାରେ ଅନେକଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି।ପ୍ରକାଶ ଥାଉକି ଏପରି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ଗ୍ରାମାଞ୍ଚଲରେ।ଏପରି ସମସ୍ୟା ର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।