ବିଜେପିର ଗରୀବ କଲ୍ୟାଣ ସମାବେଶ


ସମ୍ବଲପୁର(ଶାସନ): ଆଜି ସମ୍ବଲପୁର ବିଜେପି ପକ୍ଷରୁ ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶାସନ ମଣ୍ଡଳ ସ୍ତରୀୟ ଗରିବ କଲ୍ୟାଣ ସମାବେଶ ଅନୁଷ୍ଠିତ ହୋଇ ଯାଇଛି ।
ମୋଦୀ ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ବିଜେପି ପକ୍ଷରୁ ଅନେକଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି।ମୋଦୀ ସରକାର ର ବିଭିନ୍ନ ଜନକଲ୍ୟାଣକରୀ ଯୋଜନାକୁ ଲୋକଙ୍କ ପାଖକୁ ପହଞ୍ଚେଇବା ସଙ୍ଗେ ସଙ୍ଗେ ବିଜେପି ର ସଂଗଠନକୁ ବୁଥ ସ୍ତରରୁ ରାଷ୍ଟ୍ରୀୟ ସ୍ତର ପର୍ଯ୍ୟନ୍ତ ମଜଭୂତ ଓ ଅଧିକ ସକ୍ରିୟ କରିବା ପାଇଁ ବିବିଧ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି । ସେଥି ମଧ୍ୟରୁ ଗରିବ କଲ୍ୟାଣ ସମାବେଶ ଅନ୍ୟତମ ।
ଏହି ବୈଠକ ରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକର ହିତାଧିକାରୀ ଙ୍କ ସମେତ ସାଧାରଣ ଜନତା, ବିଜେପି ସମର୍ଥକ ସାମିଲ ହୋଇ ସମସ୍ତ ବିଷୟରେ ସବିଶେଷ ବିବରଣୀ ଗ୍ରହଣ କରିଥାନ୍ତି । ମୋଦୀ ସରକାର ର ଯୋଜନା ଗୁଡିକ ସମାଜ ର ସମସ୍ତ ବର୍ଗର ଲୋକଙ୍କ ପାଇଁ ଉଦ୍ଧିଷ୍ଟ ରହିଛି । ଦେଶରୁ ଦାରିଦ୍ର୍ୟକୁ ମୂଳୋତ୍ପାଟନ କରି ଏକ ବିକଶିତ ରାଷ୍ଟ୍ର ଗଠନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା କରାଯାଇଥିବା ବିଭିନ୍ନ ଜନକକଲ୍ୟାଣକାରି ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।
ଆଜି ଶାସନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲ, ରାଧେଶ୍ୟାମ ବାରିକ, ଚନ୍ଦ୍ର ଶେଖର ପଣ୍ଡା, ଆଶିଷ ହୋତା, ସୁଧୀର ଗୁପ୍ତା, ଅଶ୍ୱିନୀ ମାଝୀ, ନରେନ୍ଦ୍ର ମିଶ୍ର, ଦେବେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଜନସାଧାରଣ, ପଦାଧିକାରୀ ଓ କର୍ମୀ ମାନଙ୍କୁ ସମସ୍ତ ବିଷୟରେ ଅବଗତ କରାଇଥିଲେ ।
ଆଜିର କାର୍ଯ୍ୟକ୍ରମ ରେ ଶାସନ ପଞ୍ଚାୟତ ର କିଶୋର ଛତର ଙ୍କ ନେତୃତ୍ବରେ ୫୦ ରୁ ଉର୍ଦ୍ଧ୍ବ ଅଞ୍ଚଳବାସୀ ବିଜେପି ରେ ଯୋଗଦାନ୍ କରିଥିଲେ ।
ବିଜେପି ଜିଲ୍ଲା କାର୍ଯ୍ୟକାରୀଣି ସଦସ୍ୟ ପ୍ରକାଶ କୁମାର ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ କିଶୋର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ସଚିତା ପ୍ରଧାନ, ନୀଳାଦ୍ରି ଭୋଇ, ମନୋରଞ୍ଜନ ଥାପ୍ପା, ରାଜେନ୍ଦ୍ର ଖଡିଆ, ଅରୁଣ ପ୍ରଧାନ, ରଞ୍ଜନ ବେହେରା, ଜିତେନ୍ ସାହୁ, ଶ୍ରିଲୋଚନ କାଠର, ଅରୁଣ ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ ।