ମହିଳା ମହାଶକ୍ତି ଫାଉଣ୍ଡେସନ ” ସଂପୂର୍ଣ୍ଣା “ର ସାଧାରଣ ସଭା
 
        ଜମନକିରା : ଜମନକିରା ବ୍ଲକ ମହିଳା ମହାଶକ୍ତି ପକ୍ଷରୁ ଏଚଡିଏଫସୀ ବ୍ୟାଙ୍କ ସହାୟତାରେ ସଂପୂର୍ଣ୍ଣା ପ୍ରକଳ୍ପ ନେଇ ଆଜି ଏକ ସାଧାରଣ ସଭା ସ୍ଥାନୀୟ ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ  ଅନୁଷ୍ଟିତ ହୋଇଯାଇଛି।
ସୂଚନା ଯୋଗ୍ୟ ଯେ, ମହିଳା ମହାଶକ୍ତି ଫାଉଣ୍ଡେସନ ଅନୁଷ୍ଠାନ ଏବଂ ଏଚଡିଏଫସୀ ବ୍ୟାଙ୍କ ସହାୟତାରେ ସଂପୂର୍ଣ୍ଣା ଜମନକିରା ବ୍ଲକ ଷଣ୍ଡପଥର ମାର୍କେଟ ୟାର୍ଡ଼ ପ୍ରାଙ୍ଗଣରେ ଜମନକିରା ଆଗ୍ରୋ ଓମେନ ପ୍ରଡୁସର କମ୍ପାନୀ ଲିମିଟେଡ଼ ଏପିଓର ଏଜିଏମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକର ମୁଖ୍ୟଅତିଥି ଭାବେ ଜ଼ିଲ୍ଲା ପରିଷଦ ଜୋନ୍ ୧ ସଭ୍ୟା ସୁଜାତା  ଖୁଣ୍ଟିଆ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ପ୍ରାଣୀଧନ ଚିକିତ୍ସା ଅଧିକାରୀ  ଡା. ଦୀପିକା ଚାନ୍ଦ, ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. କୁନାଲ ସାହୁ, ଓରମାସ ଏସଡିଶୀ ଵିଷ୍ଣୁ ପ୍ରସାଦ ଦେହୁରୀ ଉପସ୍ଥିତ ରହି ମହିଳା ମାନଙ୍କୁ ଲଙ୍କା ଚାଷ କରି ସ୍ୱାବଲମ୍ବୀ ହେବା ପାଇଁ ପ୍ରବର୍ତ୍ତାଇ ଥିଲେ। ମୁଖ୍ୟଅତିଥି  ଶ୍ରୀମତି ଖୁଣ୍ଟିଆ ଜେଡପିଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଦୀପ ପ୍ରୋଜଳନ କରି ଜମନକିରା  ଆଗ୍ରୋ ଓମେନ ପ୍ରଡୁସର କମ୍ପାନୀର ବୈଠକ ଆରମ୍ଭ ହୋଇଥିଲା। ଏଜିଏମ ବୈଠକର ପ୍ରାରମ୍ବରେ ଏଫିଓର ଏମଡି ପ୍ରହ୍ଲାଦିନୀ ପଟେଲ ବାର୍ଷିକ ବିବରଣୀ ପାଠ କରିଥିଲେ। ଏଫିଓ ବିଗତ ମାର୍ଚ୍ଚ ୩୧ତାରିଖରେ ପଞ୍ଜିକରଣ ହୋଇଥିବା ବିହନ, ସାର, କୀଟନାଶକ ଲାଇସେନ୍ସ ସରକାର ତରଫରୁ ଅନୁମୋଦିତ, ଜିଏସଟି ଆଦି ସମ୍ପର୍କରେ ସୂଚନା ଦେଇଥିଲେ। ଏଥିସହ ଓଡିଶା ଅଗ୍ରୋ କମ୍ପାନୀ ସହିତ ଡକୁମେଣ୍ଟ ଦାଖଲ ହୋଇଥିବା, ବିଗତ ବର୍ଷା ଦିନେ ୧୦ଟି ଚିଲି  ଡେମୋ ପ୍ଲଟ, ଖରାଦିନିଆ ୧୨୦ ଏକର ଚିଲି ବିହନ ମହାଶକ୍ତି ଫାଉଣ୍ଡେସନ ତରଫରୁ ବିହନ ଦିଆଯାଇଥିବା, ବର୍ଷା ଦିନିଆ ଚିଲି ଚାଷ ପାଇଁ ୫ଶହ ଏକର ଚାଷର ଯୋଜନା, ଏପିଓ ପଞ୍ଜିକରଣ କରି ପଞ୍ଜାବ ଓ ୟୁନିଅନ ବ୍ୟାଙ୍କ ଠାରେ ଚଲନ୍ତି ଖାତା ଖୋଲା ଯାଇଥିବା, ୬୬ଟି ପିଜି ସେଭିଂ ଖାତା ୟୁନିୟନ ଓ ପଂଜାବ ବ୍ୟାଙ୍କ ଠାରେ  ଖୋଲିଥିବା, ସର୍ବମୋଟ ୮୭ ପିଜି, ୧୨୦୫ ପିଜି ମେମ୍ବର, ଏପିଓ ଡିରେକଟର ଆଦି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ବିନତା ପଧାନ, ଅନୁରାଧା କିଚଡି, ଜଶ୍ମିତା ଖାଲକ, ଗୀତାଞ୍ଜଳି ବେହେରା ଓ ପ୍ରୋମଟର ବାସନ୍ତୀ ମହାକୁଳ, ରିତା ଖଡ଼ିରତ୍ନ, ଅଂଜିତା ପଟେଲ, ଦଶମନ୍ତି ଲୁହୁରା, ମନ୍ଦାକିନୀ ବେହେରା, ସୁଲୋଚନା ପଟେଲଙ୍କ ନାମରେ କମ୍ପାନୀ ପଞ୍ଜିକୃତ ଓ ଚାଷୀ ମାନେ ଉଚିତ ମୂଲ୍ୟରେ କୃଷି ସମ୍ବନ୍ଧୀୟ ସେବା ପାଇବେ ବୋଲି ସମ୍ପୂର୍ଣ ବିବରଣୀ ପ୍ରକାଶ କରିଥିଲେ। ବ୍ଲକ ସଂଯୋଜକ ବିପିନ ବାଗ କାର୍ଯ୍ୟକ୍ରମକୁ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।

 
                        
 
                                 
                                 
                                 
                                 
                                