Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେସେଇବାହାଲ ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ ଓ ବନମହୋତ୍ସବ

ଜମନକିରା : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ କେସେବହାଲ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍କୁଲ କର୍ତ୍ତୃପକ୍ଷଙ୍କ ସହାୟତାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ତଥା ବନ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବଲ୍ଲଭୀ ପଟେଲଙ୍କ ସଭାପତିତ୍ବରେ ଆୟୋଜିତ ସଚେତନତା ସଭାରେ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରକୃତି ବନ୍ଧୁ ସୁବାସଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରକୃତିର ସୁରକ୍ଷା ପାଇଁ ଜନ୍ମ ଦିନ, ବିଭାଘର ଆଦି ମାଙ୍ଗଳିକ କାର୍ଯ୍ୟକ୍ରମରେ ବୃକ୍ଷ ରୋପଣକୁ ପ୍ରମୁଖ ସ୍ଥାନ ଦେବାକୁ ଆହ୍ବାନ ଦେବା ସହ ସମସ୍ତଙ୍କୁ ସବୁଜ ଶପଥ କରାଇଥିଲେ। ଅନ୍ୟତମ ପରିବେଶବିତ ରବୀନ୍ଦ୍ର କୁମାର ଦାସ ମୁଖ୍ୟବକ୍ତା, ସାମାଜିକ କର୍ମୀ ଅମୂଲ୍ୟ ରାୟ , ପଣ୍ଡିତ ଅଲେଖ କୁମାର ପତି, ବୀଣାପାଣି ନାଏକ, ମିନାକ୍ଷୀ ଦ୍ବିବେଦୀ, ନିରୁପମା ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୃକ୍ଷ ଓ ମଣିଷ ତଥା ଜୀବଜଗତ ଭିତରେ ପରସ୍ପର ମଧ୍ୟରେ ଥିବା ନିର୍ଭର ଶିଲତା ଉପରେ ଆଲୋଚନା କରିଥିଲେ।ଏହାପରେ ସର୍ଵଶ୍ରୀ ରୋହିତ ପଟେଲ, ପରି ନାଏକ, ଉଦୟ ଦ୍ବିବେଦୀ, ପଦ୍ମ ଲୋଚନ ଗୁରୁ, ତୁଳସୀ ମଞ୍ଜରୀ ବହିଦାର ପ୍ରମୁଖଙ୍କ ପରିଚାଳନାରେ ଶତାଧିକ ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା।ଶେଷରେ ପ୍ରତ୍ୟେକ ଚାରାକୁ ଜଣେ ଲେଖାଏଁ ଛାତ୍ର ଛାତ୍ରୀଙ୍କ ତତ୍ବାବଧାନ ପାଇଁ ଦାୟିତ୍ବ ବାଣ୍ଟିବା ପରେ ସମସ୍ତଙ୍କୁ ପ୍ରଧାନ ଶିକ୍ଷୟିତ୍ରି ଶ୍ରୀମତୀ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ