Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଅଭିନବ ଭାବେ ଆରାଧ୍ୟା ର ଜନ୍ମ ଦିନ ପାଳନ; ରକ୍ତଦାନ ସହ ବୃକ୍ଷ ରୋପଣ

ଜମନକିରା : ସମ୍ବଲପୁର ଜିଲ୍ଲା କୁସୁମୀ ଅଞ୍ଚଳର ଜଣେ ଯୁବ ସମାଜସେବୀ ଅମୁଲ୍ୟ ରାୟଙ୍କ ଏକ ମାତ୍ର କନ୍ୟା ଆରାଧ୍ୟା ର ୧୧ ତମ ଜନ୍ମ ଦିନ ପାଳନ ଉପଲକ୍ଷେ ଅଅଁଲାପୋଷି ଗ୍ରାମ୍ୟ ଜଙ୍ଗଲର ଖାଲି ସ୍ଥାନରେ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରାଯିବା ସହ କୁଚିଣ୍ଡା ରେଡକ୍ରସ ଭବନରେ ରକ୍ତ ଦାନ ଶିବିର ଆୟୋଜନ କରି ଅଭିନବ ଭାବେ ତାଙ୍କର ଜନ୍ମ ଦିନକୁ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ଅତିଥି ଭାବରେ ଯୋଗ ଦେଇ ଉପଢୌକନ ଦେବା ସହିତ ଆଶୀର୍ବାଦ ପ୍ରଦାନ କରିଥିଲେ। ଏଥିସହ ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ରଙ୍ଗିଆଟିକିରା ସରପଞ୍ଚ ସମୀର ବରିହା , ନିରାକାର ରାୟ, ଯତୀନ ଗୌଡ଼, ତପନ ଗୌଡ଼, ଯତୀନ ଗୌଡ଼ ,ଅମୂଲ୍ୟ ରାୟ, ତପନ ସାମନ୍ତ, ଯତୀନ ଗୌଡ଼ ପ୍ରମୁଖ ରକ୍ତ ଦାନ କରିଥିଲେ। ସେମାନଙ୍କ ସହ ତାପସ ମହାନ୍ତି, ବିନ୍ଦୁସାଗର ପଟେଲ, ଶୁଭମ ରାୟ, ମାତା ଗୀତା ନାଏକ, ତରୁଣ ନାଏକ, ପୂର୍ଣ୍ଣଚନ୍ଦ୍ର ଲୁହା, ଲିପୁନ ଗୌଡ଼, ଆଶିଷ ନାୟକ ସଲିମ କିଶାନ ପ୍ରମୁଖ ଶାଗୁଆନ, ଜମ୍ମୁ, ଆମ୍ବ, ବଡ ଚାକୁଣ୍ଡା ଆଦି ଶତାଧିକ ଚାରା ରୋପଣ କରିଥିଲେ। ଶେଷରେ ମିତା ନାଏକ କୃତଜ୍ଞତା ପ୍ରକାଶ କରିଥିଲେ।