Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁନୋ ନ୍ୟାସନାଲ ପାର୍କରେ ଆଉ ଏକ ଚିତା ସୁରଜର ମୃତ୍ୟୁ, ୪ ଦିନରେ ଗଲାଣି ୨ ଜୀବନ

କୁନୋ: କୁନୋ ଜାତୀୟ ପ୍ରାଣ୍ୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ ଘଟିଛି। ସୁରଜ ନାମକ ଏହି ଚିତାର ମୃତ୍ୟୁ ଶୁକ୍ରବାର ଘଟିଛି। ଚିତାକୁ ଜୁନ ୨୫ରେ ବଡ଼ ବାଡ଼ାରୁ ଜଙ୍ଗଲ ଛଡ଼ା ଯାଇଥିଲା। ଏହି ଖବର ପରେ ଚିତା ପ୍ରକଳ୍ପକୁ ଜୋରଦାର ଝଟକା ଲାଗିଛି। ଚିତାକୁ ଆଫ୍ରିକାର ନାମିବ୍ୟାରୁ ଅଣା ଯାଇଥିଲା।

ଅଧିକାରୀଙ୍କ ଅନୁଯାୟୀ, ସୁରଜ ଚିତାର ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ। ଏକ ଡାକ୍ତରୀ ଦଳ ଏହାର ତଦନ୍ତରେ ଜୁଟିଛନ୍ତି। ଯେମିତି ଚିତା ସୁରଜର ମୃତ୍ୟୁ ଖବର ବନ ବିଭାଗକୁ ମିଳିଲା ପୂରା ଅଧିକାରୀଙ୍କ ମହଲରେ ଚାଞ୍ଚଲ୍ୟ ଖେଳି ଯାଇଛି। ମୃତ ସୁରଜ ଚିତାର ଶବ ବ୍ୟବଚ୍ଛେଦ କରାଯାଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହେବ ଯେ, ଚିତା ସୁଜର ମୃତ୍ୟୁ କେମିତି ଘଟିଛି। କୁନୋରେ ଲଗାତାର ଚତାର ମୃତ୍ୟୁ ଉପରେ ବନ ବିଭାଗ କିଛି ବି କହିବାକୁ ପ୍ରସ୍ତୁ ନାହାନ୍ତି। ପ୍ରତି ଥର ବନ ବିଭାଗ ଉପରେ ଅବହେଳାର ଅଭିଯୋଗ ହୋଇ ଆସିଛି ଏବଂ ଏହାକୁ ଅଣଦେଖା କରାଯାଏ।

ଗତ ମଙ୍ଗଳବାର କୁନୋରେ ଚିତା ତେଜସର ମୃତ୍ୟୁ ଘଟିଥିଲା। ଜଣେ ବନ ବିଭାଗର ଅଧିକାରୀଙ୍କ ମତରେ ତେଜସର ପୋଷ୍ଟମର୍ଟମ ରିପୋର୍ଟରୁ ଜଣା ପଡିଛି ଯେ, ଚିତା ତେଜସ ଭିତରୁ ବହୁତ ଦୁର୍ବଳ ହୋଇ ସାରିଥିଲା। ମାଇ ଚିତା ସହ ଲଢେଇ ପରେ ଆଉ ବଞ୍ଚି ପାରି ନ ଥିଲା। ଅଣ୍ଡିରା ଚିତା ତେଜସକୁ ଚଳିତ ବର୍ଷ ଫେବୃଆରୀରେ ଦକ୍ଷିଣ ଆଫ୍ରିକାରୁ ଶ୍ୟୋପୁରର କୁନୋ ଜାତୀୟ ଉଦ୍ୟାନକୁ ଅଣା ଯାଇଥିଲା। କୁନୋ ଜାତୀୟ ଉଦ୍ୟାନରେ ଏ ପର୍ଯ୍ୟନ୍ତ ୮ ଚିତାର ମୃତ୍ୟୁ ପରେ ଚିତା ସମ୍ଭାଳିବାର ଶୈଳୀ ଉପରେ ପ୍ରଶ୍ନ ଉଠିଛି। ବନ୍ୟଜୀବ ବିଶେହଜ୍ଞ ଚିତାର ରକ୍ଷଣାବେକ୍ଷଣ ପାଇଁ ଅଭିଜ୍ଞ ପଶୁ ଚିକିତ୍ସକ ଏବଂ ଅଧିକାରୀଙ୍କ ସାହାଯ୍ୟ ନେବାକୁ ପରାମର୍ଶ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ