Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କନ୍ଧମାଳ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଦମନ କାର୍ଯ୍ୟକ୍ରମ : ସମସ୍ୟା ସୃଷ୍ଟି କରୁଛି ଗମନାଗମନ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରେ ଅନେକ ଅଞ୍ଚଳ ଏବେ ମଧ୍ୟ ମ୍ୟାଲେରିଆ ପ୍ରବଳ ଅଞ୍ଚଳ ଭାବେ ଚିହ୍ନଟ ହୋଇଥିବା ବେଳେ ଏ ଦିଗରେ ସଚେତନତା ସୃଷ୍ଟି କରିବା ସହିତ ରକ୍ତ ପରୀକ୍ଷା ଏବଂ ଔଷଧ ବଣ୍ଟନ ଓ ଡ଼ିଡ଼ିଟି ଛିଞ୍ଚନ ପାଇଁ ବିଭିନ୍ନ ବ୍ଳକ ସ୍ତରରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନଙ୍କ ଦ୍ୱାରା ଚାଲିଥିବା ବେଳେ ଏବେ ଅନେକ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ଗମନାଗମନ। ଜିଲାର ଅନେକ ଅଞ୍ଚଳକୁ ଆଜି ପର୍ଯ୍ୟନ୍ତ ରାସ୍ତାନଥିବା ବେଳେ ଏହାକୁ କୌଣସି ପ୍ରକାର ଭୃକ୍ଷେପ ନକରି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ନଦୀ ପାର ହୋଇ ପାହାଡ଼ ଚଢି ଓ ପଥୁରିଆ ରାସ୍ତ।ରେ ଚାଲି ଚାଲି ଯାଇ ଦୁର୍ଗମ ଗ୍ରାମ ମାନଙ୍କରେ ପହଞ୍ଚି ଦମନ କାର୍ଯ୍ୟକ୍ରମର ସଫଳତା ପାଇଁ ଲାଗିପଡ଼ିଥିବା ଦେଖାଯାଇଛି। କନ୍ଧମାଳ ଜିଲାର ୧୨ ଟି ବ୍ଳକ ମଧ୍ୟରୁ ଫିରିଙ୍ଗିଆ ବ୍ଳକରେ ସର୍ବାଧିକ ୨୦୦ରୁ ଉର୍ଦ୍ଧ ଗ୍ରାମକୁ ଯାତାୟତ ପାଇଁ କୌଣସି ପ୍ରକାର ବ୍ୟବସ୍ଥା ନଥିବା ବେଳେ ଏହି ବ୍ଳକର ଅନେକ ଦୁର୍ଗମ ଅଞ୍ଚଳ ମଧ୍ୟ ମ୍ୟାଲେରିଆ ପ୍ରବଳ ଅଞ୍ଚଳ ଭାବେ ପରିଚିତ। ବିଶେଷ କରି ଫିରିଙ୍ଗିଆ ବ୍ଳକର ବାଲନ୍ଦାପଡ଼ା , ପାହିରାଜୁ , ରାଇଗୁଡ଼ା , ଗୋଛାପଡ଼ା , ସଲାଗୁଡ଼ା , କ୍ରାଣ୍ଡିବାଲି , ସାଡ଼ିଙ୍ଗିଆ ଭଳି ଆଦି ବିଭିନ୍ନ ପଞ୍ଚାୟତର ପ୍ରାୟ ୧୯ଟି ଗ୍ରାମ ମ୍ୟାଲେରିଆ ପ୍ରବଣ ଭାବେ ଚିହ୍ନଟ ହୋଇଥିବା ବେଳେ ସେହି ସବୁ ଅଞ୍ଚଳର ଅନେକ ଅଞ୍ଚଳକୁ ଆଜି ପର୍ଯ୍ୟନ୍ତ ଗମନାଗମନର କୌଣସି ପ୍ରକାର ସୁବିଧା ନାହିଁ। ତଥାପି ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼.ଜତିନ୍ଦ୍ରନାଥ ପାଢୀ , ଡ଼.ପ୍ରବୋଧ ପ୍ରଧାନ , ଡ଼,ସୁମନ୍ତ ମାଝୀ , ସ୍ୱାସ୍ଥ୍ୟ କର୍ମୀ ସନତ କୁମାର ମହାପାତ୍ର , ସନ୍ତୋଷ ସେଠୀ , ମହିଳା ସ୍ୱାସ୍ଥ୍ୟ କର୍ମୀ ଇନ୍ଦିର ପ୍ରଧାନ ଓ ଅନ୍ୟମାନେ ଗାଁ ଗାଁ ଗସ୍ତ କରି ସଚେତନତା କରିବା ସହିତ ଔଷଧ ବଣ୍ଟନ ଓ ରକ୍ତ ପରୀକ୍ଷା ଭଳି ବିଭିନ୍ନ କାର୍ଯ୍ୟକ୍ରମ କରୁଥିବାର ଦେଖାଯାଇଛି। ଏଥିରେ ଅଞ୍ଚଳର ଆଶା , ଅଙ୍ଗନୱାଡ଼ି ଆଦି କର୍ମୀମାନେ ସହଯୋଗ କରୁଥିବା ବେଳେ ବହୁ ସ୍ୱେଚ୍ଛାସେବୀ ମାନେ ମଧ୍ୟ ଏଥିରେ ସାମିଲ୍ ହୋଇଛନ୍ତି।