Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରହସନ ପାଲଟିଛି ମିଳିତ ଜନ ଅଭିଯୋଗ ଶୁଣାଣି, ନିରାଶାରେ ଫେରିଲେ ବହୁ ଅଭିଯୋଗକାରୀ…..ନିଜେ ଚିଠି କରି ଅନୁପସ୍ଥିତ ରହୁଛନ୍ତି ଜିଲ୍ଲାପାଳ ଏବଂ ଏସପି

ଜମନକିରା : ରାଜ୍ୟ ସରକାର ଲୋକଙ୍କୁ ସୁବିଧାରେ ଅଭିଯୋଗ ଶୁଣିବା ପାଇଁ ବହୁ ବ୍ୟବସ୍ଥା କରିଥିବା ବେଳେ ଏବେ ଏହି କାର୍ଯ୍ୟକ୍ରମ ଗୁଡ଼ିକ ପ୍ରହସନ ହେଲା ଭଳି ମନେ ହେଉଛି। ଏଭଳି ଦେଖିବାକୁ ମିଳିଛି ଆଜିର ଜମନକିରା ବ୍ଲକରେ ହୋଇଥିବା ମିଳିତ ଜନ ଅଭିଯୋଗ ଶୁଣାଣିରେ। ନିଜେ ଖୋଦ ଜିଲ୍ଲାପାଳ ଆଦେଶ ପତ୍ର ସଂଖ୍ୟା ୧୨୫/ତା.୨୬.୦୬.୨୦୨୩ ଖରେ ୫ ଟି ବ୍ଲକ କୁ ଚିଠି କରି ଭିନ୍ନ ଭିନ୍ନ ତାରିଖ ଅନୁଯାଇ ଜନ ଅଭିଯୋଗ ଶୁଣାଣି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଅନୁଯାୟୀ ଆଜି ୧୭ ତାରିଖ ଦିନ ଜମନକିରା ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲା, ଉପଖଣ୍ଡ, ବ୍ଲକ ଏବଂ ପଞ୍ଚାୟତ ସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଶୁଣାଣି ହେବାର ଥିଲା। ମାତ୍ର ଜିଲ୍ଲାପାଳ ଏବଂ ଏସପି ଆଜି ଅନୁପସ୍ଥିତ ଥିବା ସଙ୍ଗେ ସଙ୍ଗେ ଏହା ପୂର୍ବରୁ ଗତ ମେ ୧୫ ତାରିଖରେ ହୋଇଥିବା ଅଭିଯୋଗ ଶୁଣାଣିରେ ମଧ୍ୟ ଅନୁପସ୍ଥିତ ଥିବା ଯୋଗୁଁ ନିରାଶରେ ବହୁ ଅଭିଯୋଗକାରୀ ଫେରିଯାଇଥିବା ଜଣାଯାଇଛି। ସରକାରଙ୍କ ଏଭଳି ପ୍ରୟାସ ଫଳପ୍ରଦ ହେଉନଥିବା ନେଇ ଲୋକେ ପ୍ରଶାସନର କାର୍ଯ୍ୟକୁ ସମାଲୋଚନା କରୁଛନ୍ତି। ୩୫ ରୁ ୪୦ କିଲୋମିଟର ଦୂର ଦୁରାନ୍ତରୁ ବହୁ କଷ୍ଟରେ ଅଭିଯୋଗ ନେଇ ଆସୁଥିବା ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜିର ଏହି ଅଭିଯୋଗ ଶୁଣାଣିରେ ମୋଟ ୨୮ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ବ୍ୟକ୍ତିଗତ ୨୧ ଟି ଏବଂ ସାମୁହିକ ଭାବେ ୭ ଟି ଅଭିଯୋଗର ଶୁଣାଣି ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ଅଜମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ଶୁଣାଣିରେ ଜିଲ୍ଲା, ଉପଖଣ୍ଡ, ବ୍ଲକ ସ୍ତରୀୟ ଅଧିକାରୀ ଏବଂ ବିଭିନ୍ନ ଲାଇନ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଅଭିଯୋଗ ଶୁଣାଣି ହୋଇଥିଲା।