Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ

ସମ୍ବଲପୁର: ଓଡ଼ିଶା ସରକାରଙ୍କ ଦ୍ଵାରା ସମନ୍ଵିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ୧୦ ଜୁଲାଇ ଠାରୁ ୮ ଅଗଷ୍ଟ, ୨୦୨୩ ଯାଏଁ ଚାଲୁ ରହିଛି। ଏହି କ୍ରମରେ ସମ୍ବଲପୁର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମଧ୍ୟ ଏହି ଅଭିଯାନ ଜରିଆରେ ବିଭିନ୍ନ ସଂକ୍ରାମକ ରୋଗର ସ୍ଵଳ୍ପ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ସହଜରେ ଚିହ୍ନଟ କରାଯାଉଛି ଏବଂ ଆବଶ୍ୟକ ସ୍ଥଳରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି।ତେଣୁ ଏଭଳି ପ୍ରତିକାରାତ୍ମକ ପ୍ରତିଶେଧକ ବ୍ୟବସ୍ଥା ଓ ସର୍ବେକ୍ଷଣରେ ପ୍ରତ୍ୟେକ ପରିବାରର ସାହାଯ୍ୟ ଓ ସହଯୋଗ ରହିଲେ ସମ୍ବଲପୁର ଜିଲ୍ଲା ସମ୍ମନ୍ୱିତ ସ୍ୱାସ୍ଥ୍ୟ ସେବାରେ ଅଗ୍ରଣୀ ସ୍ଥାନ ହାସଲ କରିପାରିବ। ତେଣୁ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ସହଯୋଗ କରି ଜ୍ୱର,କାଶ,ସର୍ଦ୍ଦି,ପତଲା ଝାଡା,କଫରେ ରକ୍ତ ପଡିବା,ନିଶ୍ୱାସ ନେବାରେ କଷ୍ଟ ହେବା,ଦେହରେ ଲାଲ ଲାଲ ଫଳିବା,ବଧିରା ଛଉ,ହାତ ପାଦ ଫୁଲିବା,ହାତ ପାଦ,ସ୍ତନ,ଅଣ୍ଡକୋଷ ଫୁଲିବା,ପ୍ରବଳ ଗଣ୍ଟି ବିନ୍ଧା,ଆଖି ଫୁଲିବା ବା ଯନ୍ତ୍ରଣା ହେବା ଭଳି କୌଣସି ଲକ୍ଷଣ ଅନୁଭବ କଲେ ସ୍ଥାନୀୟ ଆଶା କର୍ମୀଙ୍କ ସହଯୋଗ ନେବା ସହ ଆବଶ୍ୟକ ସ୍ଥଳେ ସ୍ଥାନୀୟ ସ୍ୱାସ୍ଥ୍ୟ କର୍ମୀ ଅବା ଡାକ୍ତରଙ୍କ ପରାମର୍ଶ ନେବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ସମ୍ବଲପୁର ଜିଲ୍ଲା ବାସୀଙ୍କୁ ଅନୁରୋଧ କରାଯାଉଛି।ଏହି ସର୍ଭେକ୍ଷଣ ସମୟରେ ମ୍ୟାଲେରିଆ,ଡେଙ୍ଗୁ,ଡାଇରିଆ,ଫାଇଲେରିଆ,ଯକ୍ଷ୍ମା,କୁଷ୍ଠ ଭଳି ସଂକ୍ରମଣ ଓ ଅଳ୍ପ ଲକ୍ଷଣ ଥିବା ସଂକ୍ରମିତଙ୍କୁ ଚିହ୍ନଟ କାରାଯାଇ ସହଜ ଚିକିତ୍ସା ସେବା ମଧ୍ୟ ଉପଲବ୍ଧ କରାଯାଉଛି।ଏପରିକି ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ସହରରେ ସଚେତନତାକୁ ବ୍ୟାପକ କରାଯାଇଛି।