Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାଗ୍ୟରେ ଝୁଲୁଛି ଏସିପିଙ୍କ ଭବିଷ୍ୟତ

ସମ୍ବଲପୁର: କାମ କଲେ ଫଳ ମିଲିଲାନି।୧୪ ବର୍ଷ ତଳର ସରକାରୀ ଆଦେଶବି ଭାଗ୍ୟରେ ଜୁଟିଲାନି। ଏଭଳି ଦୟନୀୟ ଅବସ୍ଥାରେ ଥିବା ଅତିରିକ୍ତ କଲେକ୍ସନ ପିଅନ ମାନେ ଧାଇଁ ଆସିଥିଲେ ସମ୍ବଲପୁର । ସେମାନଙ୍କ ବିଶ୍ୱାସ କୁଆଡେ ୫ଟି ସଚିବଙ୍କୁ ଦେଲେ ସବୁ ସମାଧାନ ହେବ। ସେଥିପାଇଁ ସାରା ଓଡିଶାର ଅତିରିକ୍ତ କଲେକ୍ସନ ପିଅନ ମାନେ ଏକାଠି ହୋଇ ଗତ ୧୫ ତାରିଖ ଦିନ ୫ଟି ସଚିବଙ୍କୁ ସମ୍ବଲପୁର ମନ୍ଦଲିଆପଡା ଜନଶୁନାଣି କାର୍ଯ୍ୟକ୍ରମରେ ସେମାନେ ନିଜର ହାରି ଗୁହାରି ଶୁଣାଇ ଏକ ଦାବି ପତ୍ର ଦେଇଛନ୍ତି।
ଏଠାରେ ସୂଚନା ଯୋଗ୍ୟଯେ ଦୀର୍ଘ ଦିନରୁ କାର୍ଯ୍ୟ କରୁଥିବା ଏହି ଅତିରିକ୍ତ ପିଅନଙ୍କ ସପକ୍ଷରେ ମାନ୍ୟବର ହାଇକୋର୍ଟ ମଧ୍ୟ ରାୟ ପ୍ରଦାନ କରିଛନ୍ତି। ଏପରିକି ୨୦୦୯ ମସିହାରେ ପ୍ରିନ୍ସିପାଲ ସେକ୍ରେଟାରୀ ଏମାନଙ୍କୁ ସ୍ଥାୟୀ କରିବାକୁ ଏକ ସରକାରୀ ଆଦେଶ ଦେଇଥିଲେ। ତାହା ଏବେବି ସେହି ନାଲି ଫିତାରେ ବନ୍ଧା ପଡିଛି। ଏଭଳି ସ୍ଥଳେ ଏମାନଙ୍କ ପଛରୁ ଆଖି ହଟେଇ ୨୦୧୫ ମସିହାରେ ନୂଆଁ କର୍ମଚାରୀଙ୍କ ସରକାର ରଖିଲେ। କିନ୍ତୁ ସମସ୍ତଙ୍କୁ ସ୍ଥାୟୀ କରିବାକୁ କୁଆଡେ ମୁଖ୍ୟମନ୍ତ୍ରୀ ମଧ୍ୟ ଆଦେଶ ଦେଇଥିବା ଏହି କର୍ମଚାରୀ ମାନେ କହୁଥିଲେବି ବର୍ତ୍ତମାନ ପୁଣି ଆଉଟସୋରସିଙ୍ଗ ରଖିବାକୁ କୁଆଡେ ଚିନ୍ତା କରାଯାଉଛି ବୋଲି ମନ ଦୁଃଖରେ ଓ ନିଜ ପେଟପାଟଣା ପାଇଁ ସମସ୍ତେ ଭେଟିଛନ୍ତି ୫ଟି ସଚିବଙ୍କୁ।ଏସିପି ମାନଙ୍କୁ ପ୍ରାଥମିକତା ଦେଇ ସରକାର ଅନ୍ୟ ନିଯୁକ୍ତି ଉପରେ ଧ୍ୟାନ ଦେବାକୁ ସବୁ ସ୍ତରରେ ଦାବି ଉଠୁଛି। ଏପରିକି ରାଜସ୍ୱ ବିଭାଗରେ ବର୍ତ୍ତମାନ ୨ ହଜାର ଉପରେ ପୋଷ୍ଟ ଖାଲି ଥିବାରୁ ଏହି ସ୍ଥାନରେ ଏସିପି ମାନଙ୍କୁ ମଧ୍ୟ ସରକାର ଚାହିଁଲେ ଥଇଥାନ କରି ପାରିବେ। ତେଣୁ ସ୍ଥାୟୀ ପାଇଁ ବର୍ତ୍ତମାନ ଝୁଲି ରହିଥିବା ଏହି ଏସିପି ମାନଙ୍କ ଭବିଷ୍ୟତ କଣ ହେଉଛି ଆଉ ଅଳ୍ପ ଦିନରେ ସ୍ୱଷ୍ଟ ହୋଇଯିବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ