ଯାଜପୁର: ଜାତୀୟ ରାଜପଥ-୧୬ରେ ଭୁଶୁଡ଼ିଲା ବ୍ରିଜ। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନିକଟରେ ଏହି ବ୍ରିଜ ଭୁଶୁଡ଼ି ପଡ଼ିଛି। ସୌଭାଗ୍ୟବଶତଃ ଭୁଶୁଡ଼ିବା ବେଳେ କୌଣସି ଗାଡ଼ି ଯାଉ ନ ଥିବାରୁ ବଡ଼ ଅଘଟଣ ବର୍ତ୍ତି ଯାଇଛି। କିନ୍ତୁ ବ୍ରିଜ ଭୁଶୁଡ଼ିବାରୁ ବାଲେଶ୍ଵରରୁ ଭୁବନେଶ୍ଵର ଆସିବା ରାଜପଥ ବନ୍ଦ ହୋଇ ଯାଇଛି। ରାସ୍ତାରେ ଉଭୟ ପାର୍ଶ୍ୱରେ ଅନେକ ଗାଡି ମଟର ଅଟକି ରହିଛି ।
ସୂଚନା ଅନୁଯାୟୀ, ଯାଜପୁର ଜାତୀୟ ରାଜପଥ-୧୬ରେ ରସୁଲପୁର ନିକଟ ଥିବା ଏକ ବ୍ରିଜ୍ ମଙ୍ଗଳବାର ଅଚାନକ ପ୍ରାୟ ୧୦ ଫୁଟ୍ ତଳକୁ ଦବିଯାଇଛି । ଯାହାଫଳରେ ବାଲେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି। କେଉଁ ପରିସ୍ଥିତିରେ ବ୍ରିଜ୍ଟି ଦବିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।
ଲଗାଣ ବର୍ଷା ଲାଗି ବ୍ରିଜ୍ ଦବିଛି ନା ଏହା ପଛରେ ଆଉ କଣ କାରଣ , ରହିଛି ତଦନ୍ତ ପରେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ଖବର ପାଇ କୁଆଖିଆ ପୁଲିସ ରାସ୍ତାକୁ ସିଲ୍ କରିଥିବା ବେଳେ ଜମା ହୋଇଥିବା ଲୋକମାନଙ୍କୁ ନିୟନ୍ତ୍ରଣ କରୁଛି।