Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାୟଗଡା ଜିଲ୍ଲାପାଳଙ୍କୁ ଭୂମୀ ସମ୍ମାନ।

ରାୟଗଡ ତା୧୮/୭/୨୩ /ରିଖ ଦିନ ରାୟଗଡ ଜିଲ୍ଲାପାଳ ଗ୍ରହଣ କରିଛନ୍ତି ଭୂମି ସମ୍ମାନ । ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କୁ ଭୂମି ସମ୍ମାନ ପ୍ରଦାନ କରିବା ସହ ମାନପତ୍ର, ଓ ଫଳକ ପ୍ରଦାନ କରିଥିଲେ । ରାୟଗଡ ଜିଲ୍ଲାର ସମସ୍ତ ତହସିଲର ଖତିୟାନ କମ୍ପ୍ୟୁଟିକରଣ, କଡ୍ରଷ୍ଟଲ ମ୍ୟାପ ଅଧୁନିକରଣ, ଖତିୟାନ ସହ କଡ୍ରଷ୍ଟଲ ମ୍ୟାପ ସଂଯୋଗୀଙ୍କରଣ, ଅନ ଲାଇନ ଜମି ପଞ୍ଜୀକରଣ, ରେକର୍ଡ ରୁମ ଅଧୁନିକରଣ ଆଦିର ମପଦଣ୍ଡ ଉପରେ ସମୀକ୍ଷା କରି ଏସବୁଥିରେ ଶତପ୍ରତିଶତ ଲକ୍ଷ ଧାର୍ଯ୍ୟ ହାସଲ କରିଥିବାରୁ ରାୟଗଡ ଜିଲ୍ଲାକୁ ପ୍ଲାଟିନମ ଗ୍ରେଡ଼ର ସଫଳତା ମିଳିଥିବା ବେଳେ ଆଜି ଭୂମି ସମ୍ମାନରେ ସମ୍ମାନିତ କରାଯାଇଛି । ଭାରତ ସରକାରଙ୍କ ଗ୍ରାମୀୟ ଉନ୍ନୟନ ମନ୍ତ୍ରଣାଳୟର ଭୁ ସମ୍ପଦ ବିଭାଗ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଛି l ଆଜିର ଏହି ପୁରସ୍କାର ଗ୍ରହଣ ଉତ୍ସବରେ ଗୁଡ଼ାରି ତହସିଲଦାର ଶ୍ରୀମତୀ ଭାରତୀ ଦେବୀ, ମୁନିଗୁଡା ତହସିଲଦାର ସୁଶ୍ରୀ ଅନାମିକା ପାଣ୍ଡେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ