Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଟ୍ଟା ଖେଳେଇବା ଅଭିଯୋଗରେ ଜଣେ ଅଭିଯୁକ୍ତ କୁ କୋର୍ଟ ଚାଲାଣ

ଜମନକିରା : ଜମନକିରା ଥାନା ସଦର ମହକୁମାରେ ସଟ୍ଟା ଖେଲାଉଥିବ ଅଭିଯୋଗରେ ଆଜି ଜଣେ ଅଭିଯୁକ୍ତ ଶ୍ରୀକାନ୍ତ ବେହେରାକୁ ପୋଲିସ ଗତକାଲି ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ତେବେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠେଇ ଥିବା ନେଇ ଆଇଆଇସି ସୁଶାନ୍ତ କୁମାର ଦାଶ ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି।
ପୋଲିସ ସୂତ୍ରରୁ ସୂଚନା ଅନୁଯାଇ, ଗତକାଲି କୌଣସି ବିଶ୍ଵସ୍ଥ ସୂତ୍ରରୁ ସଟ୍ଟା ଖେଳ ଖେଳା ଯାଉଥିବା ସୂଚନା ପାଇ ଜମନକିରା ପୋଲିସ ସଦର ମହକୁମାରେ ଥିବା ଏକ ବାଇକ ଗାରେଜରେ ସନ୍ଧ୍ୟା ସାଢ଼େ ୬ଟା ସମୟରେ ଚଢାଉ କରିଥିଲା। ଚଢ଼ାଉ ବେଳେ ଶ୍ରୀକାନ୍ତ ପାଖରୁ ନଗଦ ୧୧ହଜାର ୪୧୫ଟଙ୍କା, ସଟ୍ଟା ବାବଦରେ ଲେଖାଯାଇଥିବା ଏକ କ୍ଲାସମେଟ ଖାତା, ଏକ ନୀଳ ରଙ୍ଗର ପେନ, ୨ଟା ଏନରଏଡ ମୋବାଇଲ ଜବତ କରାଯାଇଛି। ଏନେଇ ଜମନକିରା ଥାନା କେସ ନ. ୭୧/୨୯୪(ଏ)୪୨୦/୩୪ ରେ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ