Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାମରା ବ୍ଲକରେ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଜମନକିରା : ବାମରା ବ୍ଲକ ସଗରା ଠାରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବେଳେ ଚାରି ଶହ ବୃକ୍ଷ ରୋପଣ କରି ଚଳିତ ବର୍ଷ କୁଚିଣ୍ଡା ଉପଖଣ୍ଡ ରେ ଦଶ ହଜାର ଚାରା ଲଗାଯିବ ବୋଲି ପରିବେଶବିତ୍ ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ଘୋଷଣା କରିଥିଲେ ।ସେହି କ୍ରମରେ ଘର ଗୋଟିଏ କୁ ଚାରା ଗୋଟିଏ ଧ୍ଵନି ଦେଇ ମଙ୍ଗଳବାର ମୁଣ୍ଡକଟା ଗ୍ରାମରେ ଶହେ ଚାରା ଲାଗିଥିବା ଦଣା ଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରକୃତି ବନ୍ଧୁ ରବିନ୍ଦ୍ର ଦାସ, ମିତ୍ରଭାନୁ ନାଏକ, ଡାକ୍ତର କେରକେଟା, ଉଦୟ ଚନ୍ଦ୍ର ଦ୍ବିବେଦୀ, ପଦ୍ମିନୀ ବାଙ୍କଡ଼ା, ଦୟାନିଧି ପାଉଲେ,ରିତା ନାଏକ, ଶାନ୍ତିଲତା ନାଏକ, ମମତା ନାଏକ, ମନ ଭାଙ୍ଗି ନାଏକ, ମିନା ନାଏକ, ବିପିନ ନାଏକ, ରଜନୀ ନାଏକ, ବାସନ୍ତୀ ନାଏକ,ସୁନୀତା ନାଏକ, ସୁମିତ୍ରା ନାଏକ ପ୍ରମୁଖ ଘରକୁ ଘର ବୁଲି ବିଭିନ୍ନ ପ୍ରଜାତିର ଫଳ ଚାରା ରୋପଣ କରିଥିଲେ। ସେହିପରି ଟାଙ୍ଗରପାଲିରେ ମଧ୍ୟ ସ୍କୁଲ ପରିସରରେ ତପସ୍ଵିନୀ ପଟେଲଙ୍କ ନେତୃତ୍ୱରେ ଶହେ ଚାରା ରୋପଣ କରାଯାଇଥିଲା। ଆଗାମୀ ଦିନରେ ତିନି ହଜାର ଚାରା ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଲାଗିବାକୁ ଥିବା ପରିବେଶବିତ ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ