ଉପଜିଲ୍ଲାପାଳ ବଦଳି ପ୍ରତ୍ୟହାର ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଦାବିପତ୍ର


ଆଠମଲ୍ଲିକ ଉପଜିଲ୍ଲାପାଳ ଙ୍କ ବଦଳି କୁ ବାତିଲ କୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବି ଜଣାଇଛନ୍ତି ୧୦ ଗୋଟି ସଂଗଠନ …ସୂଚନା ମୁତାବକ ରାଜ୍ୟ ସରକାରଙ୍କ ତରଫରୁ ଗତ ୧୪ ତାରିଖ ଦିନ ଆଠମଲ୍ଲିକ ଉପଜିଲ୍ଲାପାଳ ତରଣି ସୁନା ଙ୍କ ସ୍ଥାନରେ ପୁରୀ ଜିଲ୍ଲାରେ ସହକାରୀ ଜିଲ୍ଲାପାଳ ରୁପେ କାର୍ଯ୍ୟରତ ଥିବା ଜିତେନ୍ଦ୍ର କୁମାର ପାତ୍ର ଙ୍କୁ ଅବସ୍ଥାପିତ କରିବାକୁ ନୋଟିସ ବାହାରିଛି….ବର୍ତ୍ତମାନର ଉପଜିଲ୍ଲାପାଳ ତରଣି ସୁନା ଗତ ୨୦୨୨ ମସିହା ଅଗଷ୍ଟ ୧ ତାରିଖରେ ଆଠମଲ୍ଲିକ ଉପଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ବର୍ତ୍ତମାନ ଆଠମଳ୍ଳିକ ଅଞ୍ଚଳରେ ରାଜନୈତିକ ବିଶ୍ରୁଙ୍ଖଳା ଚାଲିଥିବା ବେଳେ ସାଧାରଣ ଜନତା ଙ୍କୁ ନିରପେକ୍ଷତାର ସହିତ ନ୍ୟାୟ ପ୍ରଦାନ,ଦୁର୍ନୀତି ଅଭିଯୋଗ ଗୁଡ଼ିକର ସଠିକ୍ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଜନସାଧାରଣଙ୍କ ପ୍ରିୟ ଭାଜନ ହୋଇପାରିଥିଲେ । ହଠାତ୍ ଉପଜିଲ୍ଲପାଳଙ୍କ ଶ୍ରୀ ସୁନା ବଦଳି କୁ ବାତିଲ କରିବା ପାଇଁ ଆଠମଲ୍ଲିକ ର ବିଭିନ୍ନ ଅନୁଷ୍ଠାନ ଓ ଜନ ସାଧାରଣ ଅନୁଗୁଳ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଉଦ୍ଧେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି..ଉତ୍କଳ ସାମ୍ବାଦିକ ସଂଘ ଆଠମଲ୍ଲିକ ଶାଖା ,ଆଠମଲ୍ଲିକ କ୍ରିମିନାଲ ବାର ଆସୋସଏସନ,ବରିଷ୍ଠ ନାଗରିକ ସଂଘ,ପଞ୍ଚଧାର ସାହିତ୍ୟ ସଂସଦ,ଓଡ଼ିଶା କୃଷକ ମହାସଂଘର ଆଠମଲ୍ଲିକ ଶାଖା,ଗୋପବନ୍ଧୁ ସେବା ସଂଗଠନ,ଆମ ଗାଁ ଆମ ବିଚାର,ମା ବିନିକେୟୀ ବସ ଆସୋସିଏସନ୍ , ଆଠମଲ୍ଲିକ ଅଞ୍ଚଳର ସଚେତନ ନାଗରିକ ଏହିଭଳି ୧୦ ଟି ଅଗ୍ରଣୀ ସଂଗଠନ ପକ୍ଷରୁ ଉପଜିଲ୍ଲାପାଳ ଶ୍ରୀ ସୁନାଙ୍କ ବଦଳି କୁ ବାତିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି..ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ବଦଳି ବାତିଲ ନହେଲେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରାଯିବ ବୋଲି ସୁଚନା ମିଳିଛି