ଆ ପ୍ ପକ୍ଷରୁ ଏନ୍ ଏ ସି ଘୋଷଣା ଦାବିରେ 12 ଘଣ୍ଟିଆ ବୀରମହାରାଜପୁର ବନ୍ଦ ସମ୍ପୂର୍ଣ୍ଣ ସଫଳ


ବୀରମହାରାଜପୁରର : ଆମ୍ ଆଦମୀ ପାର୍ଟି ପକ୍ଷରୁ ବୀରମହାରାଜପୁର କୁ ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ ଏ ସି )ଘୋଷଣା ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ସମ୍ପୂର୍ଣ୍ଣ ସଫଳ ହୋଇଛି l ଆମ ଆଦମୀ ପାର୍ଟି ଜିଲ୍ଲା ସଭାପତି ସୁରେଶ କଳତା ଙ୍କ ନେତୃତ୍ୱ ରେ ଦୀର୍ଘ ପନ୍ଦର ଦିନ ବୀରମହାରାଜପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ରେ ବସିବା ପରେ ଆଜି ବୀରମହାରାଜପୁର ବନ୍ଦ ଡାକରା ଦିଆଯାଇଥଲା l ଏହି ବନ୍ଦ କୁ ସମର୍ଥନ ଜଣାଇ ନିଜେ ନିଜେ ଦୋକାନ ବଜାର ସମସ୍ତେ ବନ୍ଦ କରି ଦେଇଥିବା ବେଳେ , ଯାନବାହାନ ଚଳାଚଳ , ସମସ୍ତ ସରକାରୀ ବେସରକାରୀ ସ୍କୁଲ କଲେଜ ତଥା ସରକାରୀ ଅଫିସ , ବ୍ୟାଙ୍କ ଓ ଡାକ ସେବା ସହିତ କୋର୍ଟ କଜେରୀ ସବୁ ବନ୍ଦ ରହିଥିଲା l ଉକ୍ତ ବନ୍ଦ ପାଳନ ରେ ଆମ ଆଦମୀ ପାର୍ଟି ଜିଲ୍ଲା ସଭାପତି ସୁରେଶ କଳତା , ପୃଥ୍ୱୀରାଜ ଜଗଦଲା , ଘନଶ୍ୟାମ ଭୋଇ , ହାଡୁ ମେଣ୍ଡିଲି , ପ୍ରଦୀପ ଭୋଇ , ରାଜୁ କଲେତ ଙ୍କ ସମେତ ଶତାଧିକ କର୍ମୀ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା l ବୀରମହାରାଜପୁର ସହର ଏକ ସବଡିଭିଜନ ହେଡ କ୍ୱାଟର ହୋଇ ଥିବାବେଳେ ଓଡ଼ିଶାର ପ୍ରଥମ ଯାହାକି ଆଜି ପର୍ଯ୍ୟନ୍ତ ଏହା ଏନ୍ ଏ ସି ଟିଏ ହୋଇ ପାରିନାହିଁ l ଏକ ମୁନିସିପାଲିଟି ହେବାର ସମସ୍ତ ଯୋଗ୍ୟତା ରହିଛି ବୋଲି ଦଳର ଜିଲ୍ଲା ସଭାପତି ସୁରେଶ କଲତା କୁହନ୍ତି I ଆହୁରି ମଧ୍ୟ କହିଛନ୍ତି ସ୍ଥାନୀୟ ବିଧାୟକଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଦଶ/ବାର ବର୍ଷ ଆଗରୁ ଏହା ଏନ୍ ଏ ସି ହେବାର ସମସ୍ତ ପ୍ରସ୍ତୁତି ସାରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ହୋଇ ନ ପାରି ଅବହେଳିତ ଅବସ୍ଥାରେ ରହିଛି l ଏକମାସ ମଧ୍ୟରେ ଯଦି ବୀରମହାରାଜପୁର କୁ ଏନ ଏ ସି ଘୋଷଣା ନ କଲେ ଆଇନ ଅମାନ୍ୟ ଆନ୍ଦୋଳନ କରିବାକୁ ଆମ ଆଦମୀ ପାର୍ଟି ତରଫରୁ ଧମକ ଦିଆଯାଇଛି l