Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୀବନରେ ମାରିଦେବା ଉଦ୍ୟମ ଅଭିଯୋଗରେ ଜଣେ ଗିରଫ

ଜମନକିରା : ଜମନକିରା ଥାନା ସଦର ମହକୁମା ସ୍ଥିତ ରାଧାକୃଷ୍ଣପଡ଼ାର ବିରେନ୍ଦ୍ର ନାଥ କାରୱାର (୮୨)ଙ୍କୁ ସେହି ପଡ଼ାର ଉପେନ୍ଦ୍ର ଭଇଁସା (୫୦) ଏକ ମରଣାସ୍ତ୍ର ରେ ଜୀବନରେ ମାରିଦେବା ଅଭିଯୋଗରେ ଆଜି ଅଭିଯୁକ୍ତକୁ ପୋଲିସ କୋର୍ଟ ଚାଲାଣ କରିଛି। ତେବେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠେଇ ଥିବା ନେଇ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ ପ୍ରେସ ବିଜ୍ଞପ୍ତିରେ ସୂଚନା ପ୍ରଦାନ କରିଛନ୍ତି।
ପୋଲିସର ସୂଚନା ଅନୁଯାୟୀ, ଗତକାଲି ପୂର୍ବାହ୍ନ ପ୍ରାୟ ସାଢେ଼ ୧୧ଟା ସମୟରେ ରାଧାକୃଷ୍ଣପଡାର ଉପେନ୍ଦ୍ର ଭଇଂଶା ର ପୁଅ ରାଜେଶ ସେହି ପଡ଼ାର ବିରେନ୍ଦ୍ରନାଥଙ୍କୁ ଏକ କୁରାଢିରେ ଜୀବନରେ ହତ୍ୟା କରିବା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ।
ଏହି ସମୟ ମଧ୍ୟରେ ସେଠାରେ ଉପସ୍ଥିତ ଥିବା ପଡୋଶୀ ଅନାଦି ସାହୁ ରାଜେଶକୁ ଅଟକାଇ ବିରେନ୍ଦ୍ରଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଅତ୍ୟଧିକ ଆକ୍ରମଣ ହେତୁ ତାଙ୍କ ବାହୁରେ କୁରାଢି ବାଜି ରକ୍ତସ୍ରାବ ହୋଇଥିଲା। ପରିବାର ଲୋକେ ଜମନକିରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଚିକିତ୍ସା କରେଇଥିଲେ। ଆଜି ଅଭିଯୋଗକାରୀ ବୀରେନ୍ଦ୍ରନାଥଙ୍କ ଲିଖିତ ଅଭିଯୋଗ କ୍ରମେ ଜମନକିରା ଥାନାରେ ଆଇପିସୀ ଧାରା ୩୪୨/୩୨୩/୨୯୪/ ୩୦୭ ଅନୁଯାଇ ୭୨ନ.ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିଲା। ଅଭିଯୁକ୍ତ ପାଖରୁ ଏକ କୁରାଢି ଜବତ କରାଯାଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ