Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କବରିବାହାଲ ହାଇସ୍କୁଲରେ ବୃକ୍ଷ ରୋପଣ

ଜମନକିରା : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ କବରିବାହାଳ ସ୍ଥିତ ପଞ୍ଚାୟତ ହାଇସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ସୁଧୀର ନାୟକଙ୍କ ସଭାପତିତ୍ବରେ ବୃକ୍ଷ ରୋପଣ କରାଯାଇଥିଲା। ଆବଶ୍ୟକତା ଶୀର୍ଷକ ସଚେତନତା ସଭାରେ ଏକାଧିକ ବାର ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ତାଙ୍କ ଭାଷଣରେ ପ୍ରକୃତିର ଭାରସାମ୍ୟ ରକ୍ଷା ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଆଲୋଚନା କରି ଛାତ୍ରଛାତ୍ରୀଙ୍କୁ ସବୁଜ ଶପଥ କରାଇଥିଲେ। ଅନ୍ୟତମ ପ୍ରକୃତିବନ୍ଧୁ ଅବସର ପ୍ରାପ୍ତ ଉଦ୍ୟାନ ବିଭାଗ ଅଧିକାରୀ ରବିନ୍ଦ୍ର କୁମାର ଦାସ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଭିନ୍ନ ଚାରା ରୋପଣ ଓ କଲମୀ କରିବାର ପ୍ରଣାଳୀ ସମ୍ପର୍କରେ ସଚେତନତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖଗେଶ୍ବର ସେନାପତି, ଅଭିଜିତ କୁମାର ଦାସ, ସୁଶାନ୍ତ ବହିଦାର, ସୁମିତ ଛୁରିଆ, ଜିତିଁ ସାହୁ, ସ୍ନେହଞ୍ଜଳି ଗର୍ଡ଼ିଆ,ପଣ୍ଡିତ ଅଲେଖ ପତି ପ୍ରମୁଖଙ୍କ ନେତୃତ୍ୱରେ ସ୍କୁଲ ପରିସରରେ ବିଭିନ୍ନ ଫଳ ଚାରା ରୋପଣ କରାଯାଇଥିଲା। ପରେ ତୃତୀୟ ଥର ପାଇଁ ପ୍ରକୃତି ବନ୍ଧୁ ପୁରକର ପାଇ ଥିବାରୁ ମୁଖ୍ୟ ଅତିଥି ଶ୍ରୀ ନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ