Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨ ନିଲମ୍ବିତ କଂଗ୍ରେସ ନେତା ଆଲୋଚନା ଚାହୁଁଥିଲେ ମୁଁ ରାଜି: ଶରତ ପଟ୍ଟନାୟକ

ଭୁବନେଶ୍ଵର: ୨ କଂଗ୍ରେସ ନେତା ନିଲମ୍ବନ ପ୍ରସଙ୍ଗରେ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ନିଲମ୍ବନ ପ୍ରତ୍ୟାହାର ଦାବି ନେଇ ମୋ ପାଖକୁ ଅଭିଯୋଗ ଆସିନି। ସେମାନେ ଚିଠି ପଠାଇଲେ ମୁଁ ହାଇକମାଣ୍ଡଙ୍କୁ ପଠାଇ ଦେବି। କାହା ଟିପ୍ପଣୀ ଉପରେ ମୋତେ ମତ ଦେବାର ନାହିଁ, ଯେଉଁଟା ସତ ସେଇଟା ସତ। ଶୃଙ୍ଖଳା କମିଟିରୁ ଚିଠି ଆସିବା ପରେ ମୁଁ ଏଆଇସିସିକୁ ଚିଠି ଲେଖିଥିଲି। ନିଲମ୍ବିତ ୨ ନେତା ଚିଠି ମାଧ୍ୟମରେ ଜଣାଇଲେ ହାଇକମାଣ୍ଡଙ୍କୁ ପଠାଇବି। ଉଭୟ ନେତା ମୋ ସହ ଆଲୋଚନା ଚାହୁଁଥିଲେ ମୁଁ ରାଜି ଅଛି।

ସୂଚନାଯୋଗ୍ୟ, ନିକଟରେ ଦଳ ବିରୋଧୀ କାର‌୍ୟ୍ୟ ଯୋଗୁଁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିସକ୍ରମେ ଏଆଇସିସି ପକ୍ଷରୁ କଟକ ସଦର ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ଵାଳଙ୍କୁ ଦଳରୁ ଜୁଲାଇ ୧୫ରେ ନିଲମ୍ବନ କରାଯାଇଛି। ଏଆଇସିସି ପ୍ରେସ୍ ରିଲିଜରେ ସୂଚନା ଦେଇଛି । ଦଳ ବିରୋଧୀ କାର‌୍ୟ୍ୟ ପାଇଁ ଉଭୟଙ୍କ ବିରୋଧରେ ଏହି ଆକ୍ସନ ନିଆଯାଇଥିବା ଏଆଇସିସି ପକ୍ଷରୁ କୁହାଯାଇଛି। ତଥାପି ଆମେ କଂଗ୍ରେସ ଦଳରେ ଅଛୁ ଏବଂ ଦଳ ପ୍ରତି ଆମେ କୌଣସି ଅନ୍ୟାୟ କରି ନ ଥିବା ଦୁଇ ନେତା କହିଥିଲେ।