Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଦଯାତ୍ରା ମାଧ୍ୟମରେ ଇସ୍କନ ପକ୍ଷରୁ ସନାତନ ସଂସ୍କୃତିର ପ୍ରଚାର

ଜମନକିରା : ପାଞ୍ଚଶହ ବର୍ଷ ପୂର୍ବେ ଭଗବାନ ଶ୍ରୀ ଚୈତନ୍ୟ ମହାପ୍ରଭୁ ସମଗ୍ର ବିଶ୍ବର ଜୀବ ମାନଙ୍କର ପରମାର୍ଥ କଲ୍ୟାଣ ନିମନ୍ତେ ସାରା ଭାରତ ବର୍ଷରେ ପଦଯାତ୍ରା କରି ସଙ୍କୀର୍ତ୍ତନ ଆନ୍ଦୋଳନ ମାଧ୍ୟମରେ ଭଗବାନଙ୍କ ଦିବ୍ୟ ନାମର ପ୍ରଚାର କରିଥିଲେ। ଇସ୍କନ୍ର ସଂସ୍ଥାପକ ଆଚାର୍ଯ୍ୟ କୃଷ୍ଣକୃପା ଶ୍ରୀମୁର୍ତି ଶ୍ରୀମଦ୍ ଏ.ସି. ଭକ୍ତିବେଦାନ୍ତ ସ୍ବାମୀ ଶ୍ରିଲ ପ୍ରଭୁପାଦ ତାଙ୍କର ପରମ ଆରାଧ୍ୟ ଗୁରୁଦେବଙ୍କ ଆଦେଶ ଏବଂ ପ୍ରେରଣା ପ୍ରାପ୍ତ ହୋଇ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ସଙ୍କୀର୍ତ୍ତନ ଆନ୍ଦୋଳନକୁ ସଫଳ କରିବା ପାଇଁ ସମଗ୍ର ବିଶ୍ଵରେ ୧୦୮ ଟି ମନ୍ଦିର ନିର୍ମାଣ, ହରିନାମ ସଙ୍କୀର୍ତ୍ତନ ପ୍ରଚାର, ପାଶ୍ଚାତ ଜଗତରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରଥଯାତ୍ରା, ପ୍ରସାଦ ବିତରଣ, ଗୋଶାଳା, ଗୁରୁକୁଳ ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ସମଗ୍ର ବିଶ୍ଵରେ ସନାତନ ଧର୍ମ ଏବଂ ସଂସ୍କୃତିର ବିପୁଳ ଭାବରେ ପ୍ରଚାର କରିଥିଲେ।ଏବଂ ବିଶ୍ବ ଦରବାରରେ ଭାରତର ଗୌରବ ପ୍ରତିଷ୍ଠା କରିଥିଲେ। ଏହି ସନାତନ ସଂସ୍କୃତିର ପ୍ରଚାର ପ୍ରତିଟି ଗ୍ରାମ ଏବଂ ନଗରରେ ହେବା ପାଇଁ ଶ୍ରିଲ ପ୍ରଭୁପାଦ ତାଙ୍କର ପ୍ରିୟତମ ଶିଶ୍ୟ ପରମ ପୂଜ୍ୟ ଶ୍ରୀମଦ୍ ଲୋକନାଥ ସ୍ବାମୀ ମହାରା ଙ୍କୁ ବଳଦ ଗାଡ଼ି ମାଧ୍ୟମରେ ପାଦରେ ଚାଲିଚାଲି ପ୍ରଚାର କରିବା ପାଇଁ ଆଦେଶ ଦେଇଥିଲେ। ତାଙ୍କର ଏଇ ନିର୍ଦ୍ଦେଶ ଅନୁସାରେ ୨୧ ସେପ୍ଟେମ୍ବର ୨୦୨୧ ପବିତ୍ର ରାଧାଷ୍ଟମୀରେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଜନ୍ମପୀଠ ଶ୍ରୀଧାମ ମାୟାପୂର ନବଦ୍ଵିପରୁ ଶୁଭାରମ୍ଭ ସହ ଶ୍ରୀକ୍ଷେତ୍ର ପୁରୀ ଧାମରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇ ଓଡ଼ିଶାରେ ବର୍ତ୍ତମାନ ପ୍ରତିଟି ନଗର, ଗ୍ରାମ ଏବଂ ପୁରପଲ୍ଲୀରେ ପଦଯାତ୍ରା ଜାରି ରଖିଛନ୍ତି। ଏଇ ପରିପେକ୍ଷୀରେ ଦୁଇଦିନ ହେଲା ଜମନକିରା ଅଞ୍ଚଳର ଫାଶୀମାଲ ଗ୍ରାମରେ ରହି ଶ୍ରୀମଦ୍ ଭାଗବତ ଗୀତା, ଦିବ୍ୟ ହରୀନାମ ସଙ୍କୀର୍ତ୍ତନ ପ୍ରସାଦ ବିତରଣ ଏବଂ ପ୍ରବଚନ ମାଧ୍ୟମରେ ଅଞ୍ଚଳ ବାସୀଙ୍କୁ ଅବଗତ କରାଇ ଥିଲେ। ଏଇ ପଦଯାତ୍ରାରେ ସ୍ବାମୀ ଧିରମୟକ ଦାସ, ସ୍ବାମୀ ଅସିତ ଦାସ, ଚୈତନ୍ୟ ଦାସ, ସୁମଙ୍ଗଲ ଦାସ, ନମଧନ ଦାସ ପ୍ରମୁଖ ସାମିଲ ହୋଇ ପ୍ରଚାର କାର୍ଯ୍ୟକୁ ସଫଳ ମଣ୍ଡିତ କରୁଛନ୍ତି।