Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୌରପାଳିକା ପକ୍ଷରୁ ଜଳଖିଆ ଏବଂ ପାଂଷ୍ଟପୁଂଡ ଦୋକାନ ଉପରେ ଚଢ଼ାଉ

ଯାଜପୁର ପୌରପାଳିକା ଅନ୍ତର୍ଗତ କୁସୁମା ଅଂଚଳରେ ରାସ୍ତା କଡ ଜଳଖିଆ ଏବଂ ପାଂଷ୍ଟପୁଂଡ ଦୋକାନ ଉପରେ ଚଢ଼ାଉ କରାଯାଇଛି । ପୌରପାଳିକା ପକ୍ଷରୁ ଏହି ଚଢ଼ାଉ କରାଯାଇ ବାସି ଏବଂ ଦୁଷିତ ଖାଦ୍ୟ ବିକ୍ରି କରୁଥିବା ଦୋକାନୀ ମାନଙ୍କୁ ଚିହ୍ନଟ କରାଯିବା ସହିତ ସେମାନଙ୍କ ନିକଟରୁ ଜରିମାନା ଆଦାୟ କରାଯାଇଛି । ଯେଉଁମାନେ ଅଳିଆ ଆବର୍ଜନା କରୁଛନ୍ତି ସେହି ସବୁ ଦୋକାନୀ ମାନଙ୍କୁ ପୂର୍ବରୁ ଚେତାବନି ଦିଆଯାଇଥିଲା। ତେବେ ନିୟମ ଭାଂଗିଥିବା ଦୋକାନୀ ମାନଙ୍କ ଉପରେ ଚଢ଼ାଉ କରାଯାଇ ସେମାନଙ୍କ ନିକଟରୁ ଜରିମାନା ଆଦାୟ କରାଯାଇଛି। ଯାଜପୁର ପୌରପାଳିକାର ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୀପ କୁମାର ଖୁଂଟିଆଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା| ଯାଜପୁର ସହରରକୁ ସୁସ୍ଥ ସହର କରିବା ପାଇଁ ଏଭଳି ଚଢ଼ାଉ ନିୟମିତ ଭାବେ କରାଯିବ ବୋଲି ସୂଚନା ଦିଆଯାଇଛି|