ବିବାହ ଭୋଜିରୁ ଫେରୁଥିବା ସମୟରେ ହାଇୱା ଧକ୍କାରେ ଗଲା ୫ ଜୀବନ
ଯାଜପୁର, ୪ |୫ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ଜୀବନ ଯାଇଛି । ଏହାସହିତ ଏକାଧିକ ଜଣ ଆହତ ହୋଇଛନ୍ତି | ଯାଜପୁର ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥ ବରଡ଼ା ଛକରେ ନିକଟରେ ଏଭଳି ଏକ ଦୁଖଦଃ ଘଟଣା ଘଟିଛି |
ସୂଚନା ଅନୁଯାୟୀ , ଯାଜପୁର ଜିଲ୍ଲା ଅନ୍ତର୍ଗତ ବଡ଼ଚଣାରୁ ଏକ ବିବାହ ଉତ୍ସବରେ ଯୋଗ ଦେବା ପରେ ସମସ୍ତେ ବୋଲେରୋ ଦ୍ୱାରା ଘରକୁ ଫେରୁଥିଲେ। କିନ୍ତୁ ଘର ପହଞ୍ଚିବା ପୂର୍ବରୁ ଘଟିଗଲା ବଡ ଦୁର୍ଘଟଣା । ଜେନାପୁର ଥାନା ବରଡ଼ା ବେହେରା ଟାଙ୍କୀ ଛକ ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଏକ ହାଇୱାକୁ ବୋଲେରୋଟି ଦ୍ରୁତ ଗତିରେ ଆସି ପଛପଟୁ ଧକ୍କା ଦେଇଥିଲା।
ଯାହା ଫଳରେ ଘଟଣାରେ ସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ୮ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ସମସ୍ତ ଆହତଙ୍କୁ ତୁରନ୍ତ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଯାଜପୁର SDPO, ବଡ଼ଚଣା ପୋଲିସ, ଜେନାପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି |

