Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଣ ନିଆଁରେ ଜଳିଗଲା ଜଗନ୍ନାଥଙ୍କ ରଥ

ଯାଜପୁର: ବାଣ ନିଆଁରେ ଜଳିଗଲା ମହାପ୍ରଭୁ ଜଗନ୍ନାଥଙ୍କ ରଥ । ଏପରି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା ରଥ ଛକଠାରେ । ସୁକିନ୍ଦା ରଥ ଛକଠାରେ ପ୍ରଭୁ ଜଗନ୍ନାଥଙ୍କ ରଥକୁ ରଖାଯାଇଥିଲା ।

ଗତକାଲି ବିଳମ୍ବିତ ରାତିରେ ସେହି ରାସ୍ତାରେ ବିବାହ ପ୍ରୋସେସନ୍ ଯାଉଥିଲା । ବରଯାତ୍ରୀମାନେ ପ୍ରୋସେସନ ସମୟରେ ବାଣ ଫୁଟାଉଥିଲେ । ଏହି ସମୟରେ ବାଣର ନିଆଁ ମହାପ୍ରଭୁଙ୍କ ରଥରେ ଲାଗିଥିବା ଛଣ ସଂସ୍ପର୍ଶରେ ଆସିଯାଇ ନିଆଁ ଲାଗି ଯାଇଥିଲା । ସ୍ଥାନୀୟ ଲୋକେ ନିଆଁ ଲାଗିଥିବା ଦେଖି ଲିଭାଇବାକୁ ଉଦ୍ୟମ କରିଥିଲେ । ଏଥିସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ହେଲେ ପ୍ରବଳ ଧୂଆଁ ବାହାରୁଥିବାରୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇଥିଲା। ନିଆଁରେ ପ୍ରଭୁଙ୍କ ରଥର କିଛି ଅଂଶ ପୋଡ଼ି ଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories