Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିବାହ ଭୋଜିରେ ପଶିଲା ରାଜନୀତି, ଫୁଟିଲା ଗୁଳି

ଓଡ଼ିଶା ଡଟ୍ ନ୍ୟୁଜ୍: ରାଜ୍ୟ ରାଜନୀତି ଏମିତି ହେଲାଣି ଯେ ସାମାଜିକ କାର୍ଯ୍ୟରେ ବି ପ୍ରବେଶ କଲାଣି । ଯାଜପୁରରେ ଏକ ବିବାହ ଭୋଜିରେ ରାଜନୈତିକ ଆକ୍ରୋଶରୁ ଗୁଳି ଫୁଟିଛି । ଘଟଣା ଯାଜପୁର ବଡ଼ଚଣା ଥାନା ଚଣ୍ଡିଖୋଲ ମହାବିନାୟକ ପୀଠରେ ଘଟିଛି । ପ୍ରଥମେ ମାରଣାସ୍ତ୍ରରେ ଆକ୍ରମଣ ଓ ପରେ ଗୁଳି ମାଡ ହୋଇଛି ।

ଅଭିଯୋଗ ଅନୁସାରେ, ବାଜାବାଟୀ ଅଞ୍ଚଳର ଦୁର୍ଯ୍ୟୋଧନ ବେହେରାଙ୍କ ସହିତ ଗାଁର କିଛି ଲୋକ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ । ସେଠାରେ ରାଜନୈତିକ ଆକ୍ରୋଶକୁ ନେଇ ପ୍ରଥମେ ପାଟିତୁଣ୍ଡ ହୋଇଥିଲା । ଧର୍ମଶାଳା ଥାନା ତରଞ୍ଜିଆ ପୂର୍ବତନ ଜିଲ୍ଲା ପରିଷଦଙ୍କ ସହ ବିଜେଡିର କିଛି ଯୁବକ ହଠାତ ମରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଏହାପରେ ଗୁଳି ଫୁଟିଥିଲା ।

ଗୁଳିମାଡ଼ରେ ଦୁଇ ଜଣ ଆହତ ହୋଇଥିବାବେଳେ ଉତ୍ତେଜନା ଦେଖିବାକୁ ମିଳିଥିଲା ।  ଘଟଣା ନେଇ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ଏକ ମାମଲା ରୁଜୁ କରିବା ସହ ସାଇଣ୍ଟଫିକ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ