Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯାଜପୁର ବାଣ ବିସ୍ଫୋରଣ ଘଟଣାରେ ଜଣେ ମୃତ

ଯାଜପୁର: ଯାଜପୁରରେ ବାଣ ଭିଡ଼ା ବେଳେ ବିସ୍ଫୋରଣ ଘଟଣାରେ ଜଣଙ୍କର ମୃତ୍ୟୁ । ଗୁରୁତର ବାଣ ଭିଡ଼ାଳି ବାଦଲ ପାତ୍ରଙ୍କର କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏବେ ବି ୩ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଯାଜପୁର ଟାଉନ ଥାନା ଜାଲପୁର ଗାଁରେ ଥିବା ଏକ ବେଆଇନ ବାଣ କାରଖାନାରେ ଗତକାଲି ଭୟଙ୍କର ବିସ୍ଫୋରଣ ଘଟି ଏମାନେ ଗୁରୁତର ଆହତ ହୋଇଥିଲେ ।

ପ୍ରଚଣ୍ଡ ଶବ୍ଦ ଯୋଗୁଁ ଦୁଇଜଣ ପଡ଼ୋଶୀ ଶିଶୁ ଅସୁସ୍ଥ ହୋଇ ପଡ଼ିଥିବା ବେଳେ ୬ଟି ଘର କ୍ଷତିଗ୍ରସ୍ତ ହୋଇଛି । ବାସୁଦେବପୁର ପଞ୍ଚାୟତ ଜାଲପୁର ଗାଁରେ ଦୀର୍ଘଦିନ ଧରି ବେଆଇନ ଭାବେ ବାଣ କାରଖାନା ଚାଲି ଆସୁଥିଲା । ଗାଁର ନିଶିକାନ୍ତ ପତି ନିଜ ଘରେ ଦୀର୍ଘ ଦିନ ହେବ କିଛି ଲୋକଙ୍କୁ ନେଇ ବାଣ କାରଖାନା ଚଲେଇ ଆସୁଥିଲେ । ସେହି ଗାଁର ବାଦଲ ପାତ୍ର ଓ ନାରାୟଣ ବେହେରା ବାଣ ତିଆରି କରୁଥିଲେ । ହଠାତ୍ କୌଣସି କାରଣ ବଶତଃ ବାଣ ଗୁଡ଼ିକ ବିସ୍ଫୋରଣ ହୋଇଥିଲା ।

ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ବାଦଲଙ୍କର ଗୋଟିଏ ଗୋଡ଼ ଶରୀର ଠାରୁ ଅଲଗା ହୋଇଯାଇଥିଲା । ସେହିପରି ନିଶିକାନ୍ତ ଓ ନାରାୟଣ ଗୁରୁତର ଆହତ ହୋଇଥିଲେ । କଟକରେ ଚିକିତ୍ସାଧୀନ ଅବସ୍ଥାରେ ବାଦଲଙ୍କ ମୃତ୍ୟୁ ଘଟିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories