Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବୀନ ଓଡ଼ିଶାର ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉପରେ ଆଲୋଚନା କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଗୁଡାରି ଠାରେ ଅନୁଷ୍ଠିତ ହୋଇ ଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ,ଶିକ୍ଷା, ପାନୀୟ ଜଳ ଏବଂ ଗମନାଗମନ, ପକ୍କା ରସ୍ତା, ଉନ୍ନତ ମାନର ସେତୁ ନିର୍ମାଣ କରିବାପାଇଁ ସଂଙ୍କଳ୍ପ ବୋଧ । ଏଣୁ ରାଜ୍ୟ ସରକାର “ଆମ ଓଡ଼ିଶା ନବୀନ ଓଡ଼ିଶା” ମାଧ୍ୟମରେ ପ୍ରତ୍ୟେକ ପଞ୍ଚାୟତକୁ ଉନ୍ନତିର ଶିଖରରେ ପହଞ୍ଚାଇବା ପାଇଁ ପଞ୍ଚାୟତ ପିଛା ୫୦ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ଉନ୍ନତିମୂଳକ ପଦକ୍ଷେପ ପାଇଁ ଶୁକ୍ରବାର ଦିନ ଗୁଡ଼ାରୀ ଟାଉନ ହଲ୍‌ରେ ରାୟଗଡ଼ା ବିଜେଡି ଜିଲ୍ଲା ସଭାପତି ସୁଧିର ଦାସ ଏବଂ ଗୁଣପୁର ବିଧାୟକ ରାଘୁନାଥ ଗମାଙ୍ଗ ଉପସ୍ଥିତ ରହି ପ୍ରତ୍ୟେକ ପଞ୍ଚାୟତ ସରପଞ୍ଚ ସମିତି ସଭ୍ୟ ବିଜୁ ଜନତା ଦଳର କର୍ମୀ ତଥା ପଞ୍ଚାୟତ ଜନ ସାଧାରଣ ଉପସ୍ଥିତୀରେ ପ୍ରତ୍ୟେକ ପଞ୍ଚାୟତ ଗୁଡିକରେ ସରକାରଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ଆସିଥିବା ୫୦ ଲକ୍ଷ ଟଙ୍କା ଗ୍ରାମାଞ୍ଚଳରେ ସଠିକ୍ ଭାବରେ ବିନିଯୋଗ ହୋଇପାରିବ ସେବିଷୟରେ ଆଲୋଚନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ୟୁତ୍‌ ଉପସଭାପତି କେଦାର ସାହୁ, ଉପଦେଷ୍ଟା ସନ୍ତୋଷ ମହାନ୍ତି, ଗୁଡାରୀ ଏନଏସି ଅଧ୍ଯକ୍ଷା ଶ୍ରୀମତି ସରୋମିତା ଶବର, ବ୍ଳକ ଅଧଖ୍ୟା ଲକ୍ଷ୍ମୀ ଶବର, ଭାଇସ ଚେୟାରମେନ ବିଶ୍ଵନାଥ ଶବର, ବିଧାୟକ ପ୍ରତିନିଧି ସୁବାଷ ଗୌଡ଼, ବରିଷ୍ଠ ବିଜେଡି କର୍ମି ଏମ ପ୍ରସାଦା ବାବୁ, ଚନ୍ଦ୍ରପଣ୍ଡା ,ସୁଶିଳ ଗୁରୁ, ଦିଲ୍ଲିପ ସେଠି ,ନିନୁ ମିଶ୍ର ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଗୁଡାରି ବିଜୁ ଜନତା ଦଳର ସମସ୍ତ କର୍ମୀମାନେ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ