Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅଙ୍ଗନବାଡି କେନ୍ଦ୍ର ପରିସରରେ ପାଣି

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଅଙ୍ଗନୱାଡ଼ି କେନ୍ଦ୍ର (୧) ପରିସର ରେ ବର୍ଷା ଦିନରେ ଜମୁଛି ପାଣି । ନୂତନ ରାସ୍ତା ନିର୍ମାଣ ଯୋଗୁଁ ପୁରୁଣା ଡେନ କୁ ପୋତି ଦେଲା ଠିକାଦାର । ବର୍ଷା ଦିନରେ ଅଙ୍ଗନବାଡି କେନ୍ଦ୍ର ପରିସର ରେ ପାଣି ଜମି ରହିବା ଫଳରେ ଛୋଟ ଛୋଟ ଶିଶୁମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପରିସରରେ ପାଣି ଜମି ରହିଥିବାରୁ ଛୋଟ ଛୋଟ ଶିଶୁମାନଙ୍କ ଖେଳ କୁଦ ମଧ୍ୟ ବନ୍ଦ ହୋଇଯାଇଛି । ଶିଶୁମାନଙ୍କୁ ଅଭିଭାବକ ତଥା ଅଙ୍ଗନବାଡ଼ି କର୍ମୀ ଟେକି ଟେକି ନେବା ଆଣିବା କରୁଥିବା ଦେଖିବାକୁ ମିଳିଛି । ଅତିଶୀଘ୍ର ଜମିରହିଥିବା ପାଣି କୁ ନିଷ୍କାସନ କରାଇବା ପାଇଁ ଅଙ୍ଗନବାଡି କର୍ମୀ ତଥା ଗ୍ରାମବାସୀ ଦାବି କରିଛନ୍ତି।