Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରବିବାର ହୀରାକୁଦ ଡ୍ୟାମର ୫ ଗେଟ ଖୋଲିବ

ସମ୍ବଲପୁର(ହୀରାକୁଦ): ସକାଳ ପାହିଲେ ହୀରାକୁଦ ଜଳ ଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାଶନ ହେବ। ଆସନ୍ତା କାଲି ସକାଳ ୯ଟାରେ ପୂଜାର୍ଚନା ପରେ ଏହି ଗେଟ ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ।ପ୍ରଥମ ପର୍ଯ୍ୟାୟରେ ୫ ଟି ଗେଟ ଖୋଲାଯାଇ ସ୍ଥିତି ଦେଖି ଆଗକୁ ଗେଟ ଖୋଲିବା ନିଷ୍ପତ୍ତି ନିଆଯିବ ବୋଲି ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି।ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାରରେ ଜଳ ସ୍ତର ୬୧୪.୨୫ ଫୁଟରେ ରହିଥିବା ବେଳେ ପ୍ରତି ସେକେଣ୍ଡରେ ୬୮ ହଜାର ୪୧୭ କ୍ୟୁସେକ ଜଳ ପ୍ରବେଶ କରୁଛି।୫ ଗେଟ ଖୋଲିବା ପରେ ସେକେଣ୍ଡ ପ୍ରତି ୭୫ ହଜାର କ୍ୟୁସେକ ଜଳ ନିଷ୍କାସିତ ହେବ। ତଳ ମୁଣ୍ଡରେ ବର୍ଷାର ଆଶଙ୍କା କମ ରହୁଥିବାରୁ ଓ ନଦୀ ନାଳ ରେ ସେଭଳି ପାଣି ନଥିବାରୁ ହୀରାକୁଦ ଜଳଭଣ୍ଡାରରୁ ଗେଟ ଖୋଲିବା ପରେ ସେଭଳି କୌଣସି ଭୟ ନଥିବା ସତ୍ତ୍ୱେ ଜଳ ନିଷ୍କାଶନ ନେଇ ବହୁ ପୁର୍ବରୁ ସୂଚନା ଦେବା ସହ ଡାକବାଜି ଯନ୍ତ୍ର,ଗଣମାଧ୍ୟମରେ ବ୍ୟାପକ ସଚେତନ କରାଯାଇ ନଦୀ ମଧ୍ୟକୁ ପ୍ରବେଶକୁ ବାରଣ କରାଯାଇଛି।ଏପରିକି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାଶ ମଧ୍ୟ ଟ୍ୱିଟ୍ କରି ଏ ସଂପର୍କରେ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ