ସୌମ୍ୟ ହେଲେ ପୌରହିତ୍ୟ କର୍ମକାଣ୍ଡରେ ଟପ୍ପର


ସମ୍ବଲପୁର: ଗରୀବ ହେଲେବି ନିଷ୍ଠା ଓ ଇଚ୍ଛା ଶକ୍ତି ରହିଲେ ସଫଳତା ମିଳିଥାଏ। ଏଭଳି ସଫଳତା ଦେଖାଇବାରେ ସୌମ୍ୟ ରଞ୍ଜନ ବଡପଣ୍ଡା ରହିଛନ୍ତି ସର୍ବାଗ୍ରେ। ନୂଆଁ ଦିଲ୍ଲୀ ଠାରେ ଥିବା ଏସଏଲବିଏସ ମହାବିଦ୍ୟାଳୟରୁ ପୌରହିତ୍ୟ କର୍ମକାଣ୍ଡରେ ସେ ହୋଇଛନ୍ତି ଟପ୍ପର। ପ୍ରଥମ ସେମିଷ୍ଟାରରେ ୩୦୩ ଓ ଦ୍ୱୀତିୟ ସେମିଷ୍ଟାରରେ ୩୧୦ ମୋଟ ୬୧୩ ମର୍କ ରଖି ଚଳିତ ବର୍ଷର ଟପ୍ପର ହୋଇଛନ୍ତି । ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ ବାହାମ ଗ୍ରାମପଞ୍ଚାୟତ ଖଲିଆପାଲି ଗ୍ରାମ ବିଶ୍ୱରଞ୍ଜନ ବଡପଣ୍ଡା ଓ କଲ୍ୟାଣୀ ବଡପଣ୍ଡାଙ୍କ ଏକ ମାତ୍ର ପୁତ୍ର।ବାପା ମାଁ ଙ୍କ ଆଦର୍ଶ ଓ ପରାମର୍ଶ କ୍ରମେ ପୌରହିତ୍ୟ କର୍ମକାଣ୍ଡ ଶିକ୍ଷା ଗ୍ରହଣ କରୁଥିବା ବେଳେ ସୌମ୍ୟ ଜଣେ ସୁବକ୍ତା,ସୁସଂଗଠକ ଓ ସମ୍ବଲପୁରୀ କଳା ସଂସ୍କୃତିର ଅନ୍ୟତମ ଯୁବ ପ୍ରତିଭା। ତାଙ୍କର ଏହି ସଫଳତା ପାଇଁ ସୌମ୍ୟଙ୍କୁ ଛୁଟୁଛି ଶୁଭେଚ୍ଛା ଓ ଅଭିନନ୍ଦନ ର ସୁଅ।