Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଶକ୍ତ ଓଡିଶା:ଜୀବନ ଜୀବିକାର ନିର୍ଦ୍ଧାରଣ କରିବ କିଏ?

ସମ୍ବଲପୁର:ରାଜ୍ୟରେ ଚାଲିଛି ଯୋଜନା ଉପରେ ଯୋଜନା।କେନ୍ଦ୍ର ଅର୍ଥରେ ନିଜର ବାହାଦୂରୀ ନେବାରେ ଓସ୍ତାଦ୍ ରାଜ୍ୟ ସରକାର କିନ୍ତୁ କହିପାରିବେନି ଗତ ୨୪ ବର୍ଷ ମଧ୍ୟରେ କେତେ ସବୁ ଯୋଜନା କରିଛନ୍ତି ଓ ସେହି ଯୋଜନାରେ ଏବେ ଯାଏ କିଏ ସବୁ ଉପକୃତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଯୋଜନା ଅର୍ଥରେ ନାମ ପରିବର୍ତ୍ତନ କରି ରାଜ୍ୟ ଯେତେ ଯାହାକୁ ଭକୁଆ କଲେବି କେନ୍ଦ୍ର ଅନୁଦାନରେ ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନା ରାଜ୍ୟରେ ଫଳବତୀ ନହେଲେ ରାଜ୍ୟ ନେତୃତ୍ୱ ଉପରେ ପଡିବ ଏକ ବିଶେଷ ପ୍ରଭାବ। ଆଶା ଓ ଅଙ୍ଗନୱାଡି ଭଳି ତୃଣମୂଳ ତ୍ୟାଗପୁତ ସାଥିଙ୍କୁ କର୍ମଚାରୀ ଭାବେ ଖଟାଇ ମୁକ୍ତା ଯୋଜନାକୁ କାର୍ଯ୍ୟକାରୀ କରି ନପାରିଲେ ମିଶନ ଶକ୍ତି ଭଳି ଯେଉଁ ମହିଳା ସଶକ୍ତିକରଣର ସରକାର ବାହାବାଃ ମାରୁଛନ୍ତି ତାହା ନିଜ ପାଇଁ ଏବେ ଏକ ବୁମେରାଂ ଭଳି କାମ କରିବ। ମହିଳା ସଶକ୍ତ ବୋଲି ସରକାର ଯେତେ ବାହାଦୂରୀ ମାରିଲେବି ସେମାନଙ୍କ ଠାରେ ରକ୍ତରେ ଶତକଡା ୧୦ ଭାଗ ହିମୋଗ୍ଲେୋବିନ ରହୁନାହିଁ। ଏଥିରେ ରାଜ୍ୟ ସରକାର ମୁକ୍ତା ଭଳି ଏକ ସୁନ୍ଦର ନାଁ ଦେଇ ମହିଳାଙ୍କ ପ୍ରତି କି ସମ୍ମାନ ଦେଇଛନ୍ତି ତାହାହିଁ ଏବେ ବଡ ପ୍ରଶ୍ନ ହୋଇ ଠିଆ ହୋଇଛି।ମୁକ୍ତା ଭଳି ମମତା,କାଳିଆ,ମୋ ଘର,ଏମିତି ଶହେରୁ ଅଧିକ ଯୋଜନା କରିବା ପରେ ମଧ୍ୟ ରାଜ୍ୟ ସରକାର ନିଜର ମୂଳ ଦାୟିତ୍ୱକୁ ଭୁଲିଯିବା କାରଣ କଣ ବୋଲି ଆଜି ପ୍ରଶ୍ନ ଉଠିଛି। ଓଡିଶା ବାସୀଙ୍କୁ ରାଜ୍ୟ ସରକାର ଯଦି ପ୍ରକୃତରେ ଭଲ ପାଉଛନ୍ତି ତେବେ ଓଡିଆ ନାମରେ ଯୋଜନା ଭଳି ସମସ୍ତ ସରକାରୀ ଚିଠିକୁ ଯଦି ଓଡିଆରେ ଲେଖିବେ ତେବେ ଚୋରି ବିଦ୍ୟାର ଅସଳ ପରିଚୟ ସାରା ଓଡିଶା ବାସୀ ଜାଣି ପାରିବେ। ଜାତୀୟ ଗ୍ରାମ୍ୟ ଜୀବନ ଜିବିକା ମିଶନ(NRLM)ଭଳି ଏକ ଜାତୀୟ ବୃହତ ଯୋଜନାକୁ ଯେତେବି ଅନ୍ୟ ପ୍ରକାରରେ ବ୍ୟବାହାର କଲେ ଏଥିରୁ କେଉଁ ମହିଳା ଉପକୃତ ଅବା ରାଜ୍ୟ ସରକାର ଏଥିପାଇଁ ନିଜର ଗର୍ବିତ ତାହାର ସ୍ଵଷ୍ଟ ଉଦାହରଣ ନିଜ ପକ୍ଷରୁ ଦେବା ଉଚିତ ବୋଲି ସାଧାରଣରେ ମତ ଉଠିଲାଣି। ମହିଳାଙ୍କୁ ବ୍ୟବାହାର କରି ରାଜ୍ୟ ସରକାର ନିଜର ଭୋଟ ବ୍ୟାଙ୍କ ତିଆରି କରିବା ଆଗରୁ ମହିଳାଙ୍କ ପ୍ରଥମ ସନ୍ତାନ କେଉଁ ସ୍କୁଲରେ ପଢିବ ଓ ସେହି ଶୈଶବ ଶିଶୁର ପ୍ରାଥମିକ ଚିକତ୍ସା ପାଇଁ ରାଜ୍ୟ ସରକାର କେଉଁ ଯୋଜନା କରି ଆସନ୍ତା ୨୦୨୪ ନିର୍ବାଚନି ବୈତରଣୀ ପାରିହେବେ ତାହାହିଁ ସଚେତନ ମହିଳା ଏହି ପ୍ରତିନିଧି ମାଧ୍ୟମରେ ପ୍ରଶ୍ନ କରିଛନ୍ତି।ଏଭଳି ଏକ ଜଟିଲ ପ୍ରଶ୍ନର ଉତ୍ତର ରାଜ୍ୟ ସରକାର ତୁରନ୍ତ ବିଜ୍ଞାପନ ମାଧ୍ୟମରେ ସ୍ୱଷ୍ଟ କରି ନିଜର ଦାୟିତ୍ୱବୋଧକୁ ସାର୍ବଜନୀନ କରିବେ ବୋଲି ସମସ୍ତେ ଆଶା ବାଦୀ ରହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ