ମାତୃ କର୍ମଶାଳା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ


ସମ୍ବଲପୁର:ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେଙ୍ଗାଲି ଠାରେ ଦୁଇ ଦିନିଆ “ମାତୃ କର୍ମଶାଳା ପ୍ରଶିକ୍ଷଣ” ଅନୁଷ୍ଠିତ ହୋଇଥିଲା ।।
ଶିଶୁ ବାଟିକା ବିଭାଗ ର ମାନଙ୍କୁ ନେଇ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ନିଜ ନିଜର ଶିଶୁ ମାନଙ୍କୁ କିପରି ଖେଳ,ଗୀତ,ଗପ,ଘୋରୋଇ ଆସବା ପତ୍ର କୁ ନେଇ ଶିଶୁ ମାନଙ୍କୁ ପାଠ ପଢେଇବା ତା ସହିତ ଶିଶୁ ଙ୍କ ର ମାସିକ ଶାରିରୀକ ବୌଦ୍ଧିକ ବିକାଶ ହୋଇ ପାରିବ ସେହି ବିଷୟ ବିନ୍ଦୁ ଗୁଡିକ ମାଁ ମାନଙ୍କୁ ପ୍ରଶିକ୍ଷଣ ରେ ବତାଯାଇଅଛି ଏବଂ ଶିଶୁ ଙ୍କ ଉପରେ ବେସି ବୋଝ ଯେପରି ଲଦି ଦିଆ ନ ଯାଉ ସେ ବିଷୟରେ ଅବଗତ କରାଗଲା ।
ଏହି ଅବସରରେ ବିଦ୍ୟାଳୟ ର ସଂପାଦକ ସରୋଜ ବିଶୋଇ, ପ୍ରଧାନମ ଆଚାର୍ଯ୍ୟ ଦୀପ୍ତି ରଞ୍ଜନ ପୋଥାର, ଶିଶୁ ବାଟିକା ପ୍ରମୁଖ ମମତା ନାୟକ, ଶିଶୁ ବାଟିକା ସହପ୍ରମୁଖ ମାନସୀ ବଢେଇ ତଥା ଶିଶୁ ବାଟିକା ର ଗୁରୁମା ସ୍ବପ୍ନା, ଶେଭାଗିନୀ ଉପସ୍ଥିତ ଥୀଲେ ।।
ଏଭଳି ଏକ ପ୍ରୟାସ ମାନଙ୍କୁ ଶିକ୍ଷଣୀୟ କରାଯାଇଥିବା ରୁ ସମସ୍ତ ଅଭିଭାବକ ପ୍ରଶଂସା କରିଛନ୍ତି।