Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦୁପତ୍ର ତୋଳାଳୀଙ୍କ ମୁହଁରେ ଫୁଟୁଛି ହସ

ସମ୍ବଲପୁର:କେନ୍ଦୁପତ୍ର ତୋଲାଲିଙ୍କ ମୁହଁରେ ହସ ଫୁଟିଛି।ସେମାନେ ପାଉଛନ୍ତି ନିଜର ମୌଳିକ ଅଧିକାର।ଓଡ଼ିଶା ସରକାରଙ୍କ ଦ୍ଵାରା କେନ୍ଦୁପତ୍ର ତୋଳାଳୀ ଏବଂ କର୍ମଚାରୀ ଙ୍କ ପାଇଁ କରାଯାଇଥିବା ବିଭିନ୍ନ ଯୋଜନାର ସଫଳ ରୂପାୟନରେ କେନ୍ଦୁପତ୍ର ତୋଳାଳୀଙ୍କ ମଧ୍ୟରେ ବଢିଛି ଆତ୍ମବିଶ୍ୱାସ। ଯେଉଁ ମାନଙ୍କ ପାଇଁ ଯୋଜନା ତିଆରି ହୋଇଛି ସେମାନଙ୍କ ପାଖକୁ ଯାଇ ସେମାନଙ୍କ ସହ ସାକ୍ଷାତ କରି ଆଲୋଚନା କରିବା କ୍ରମରେ ଆଜି ମେଦିନୀପୁର ଠାରେ ଅଧିକାରୀ ଓ ତୋଳାଳୀ ମାନଙ୍କ ମଧ୍ୟରେ ହୋଇଥିଲା ବିଭିନ୍ନ ଆଲୋଚନା।
କେନ୍ଦୁପତ୍ର ତୋଳାଳୀ ଙ୍କ ପାଇଁ ହୋଇଥିବା ଯୋଜନା ମଧ୍ୟରେ ସଦ୍ୟ ଘୋଷଣା ହୋଇଥିବା ବୋନସ, ମୃତ୍ୟୁ ଜନିତ ସହାୟତା, ଛାତ୍ର ବୃତ୍ତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ଅନ୍ତର୍ଭୁକ୍ତ କରିବା, ପାଣି ବୋତଲ, ଚପଳ ପାଇଁ ଅର୍ଥ ପ୍ରଦାନ, କର୍ମଚାରୀ ଙ୍କ କାର୍ଯ୍ୟ ଦିବସ, ବନ୍ଧେଇ ଶ୍ରମିକଙ୍କ ସମସ୍ୟା, ଦୁଇଥର ଦିଆ ଯାଇଥିବା ଆର୍ଥିକ ସହାୟତା ର ସଫଳ ରୂପାୟନ ର ସମୀକ୍ଷା କରି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା।ଏଥିରେ ସୋଲାରାମ ମାରାଣ୍ଡି (ଡି ଏଫ୍ ଓ କେନ୍ଦୁପତ୍ର), ପ୍ରଦୀପ ସାହୁ ( ଡିଭିଜନ ସମ୍ପାଦକ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ) ରେଞ୍ଜ ଅଫିସର ପ୍ରଶାନ୍ତ ଖମାରୀ, ଫରେଷ୍ଟର ସୁଶାନ୍ତ ଦିବେଦି, ସଂଘର ପ୍ରମୁଖ କର୍ମକର୍ତ୍ତା ଙ୍କ ମଧ୍ୟରେ ତରୁଣ ସେନ ସାହୁ, ଅଶୋକ ମାଝୀ, ଗୋବର୍ଦ୍ଧନ ପ୍ରଧାନ, ରମେଶ ପ୍ରଧାନ, ବିପିନ ପ୍ରଧାନ, ତିଳକ ରାମ୍ ମାଝୀ, ସନ୍ତୋଷ ପଟେଲ ସମେତ ସମସ୍ତ ରେଞ୍ଜ ଅଫିସର, ସିଜିନାଲ୍ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଛାତ୍ର ନେତା ସୁମିତ ପଟେଲ, ପାରସ୍ପରିକ ଯୋଗାଯୋଗ ଦାୟିତ୍ୱରେ ଥିବା ଦେବଜ୍ୟୋତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ତୋଳାଳୀ ଏବଂ ସିଜିନାଲ କର୍ମଚାରୀ ଙ୍କ ବିଭିନ୍ନ ସମସ୍ୟା ର ଶୁଣାଣି କରିଥିବା ସଂପର୍କରେ ସୂଚନା ଦେଇଛନ୍ତି କେନ୍ଦୁଲିଭ୍ ୱେଲଫ୍ୟାର ବୋର୍ଡର ଉପଦେଷ୍ଟା ସଞ୍ଜିତ୍ ମହାନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ