Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଆଁ ରେ ପୋଡି ବିବାହିତା ମହିଳା ଙ୍କୁ ନ୍ୟାୟ ପ୍ରଦାନ ଦାବିରେ କୋକସରା ପୋଲିସର ଦ୍ୱାରସ୍ଥ ହେଲେ ଅଳ ଓଡିଶା ସିଡ୍ୟୁଲ କାଷ୍ଟ ଫେଡରେସନ ର କର୍ମକର୍ତ୍ତା।

କୋକସରା:୨୯/୦୭ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମାଝୀଗୁଡା ଗ୍ରାମରେ ଗତ ରବିବାର ମାଝୀଗୁଡା ଗ୍ରାମର ଜୟନ୍ତ ନାଗ ଙ୍କ ସ୍ତ୍ରୀ ଉର୍ମିଳା ଙ୍କୁ ସ୍ୱାମୀ ଜୟନ୍ତ, ଶାଶୁ ଓ ବଡ଼ଜା ମିଶି ପେଟ୍ରୋଲ ଢାଳି ପୋଡି ମାରିବା ଘଟଣା ରେ ମୃତକ ମହିଳା ଙ୍କ ସ୍ବାମୀ କୁ କୋକସରା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣା ରେ ନ୍ୟାୟିକ ତଦନ୍ତ ଓ ଅନ୍ୟ ଦୋଷୀ ଅଭିଯୁକ୍ତ ଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରି ଶନିବାର କଳାହାଣ୍ଡି ଅଳ ଓଡିଶା ସିଡ୍ୟୁଲ କାଷ୍ଟ ଫେଡରେସନ ର ଜିଲ୍ଲା,ଉପଖଣ୍ଡ ଓ ବ୍ଲକ କର୍ମକର୍ତ୍ତା ମାନେ କୋକସରା ପୋଲିସ ଥାନା ରେ ପହଞ୍ଚି ପୋଲିସ ଲଗାଇଥିବା ଦଫା କୁ ୩୦୬ ପରିବର୍ତ୍ତେ ୩୦୨ କରିବା ଓ ଏହି ଘଟଣା ରେ ସମ୍ପୃକ୍ତ ରହିଥିବା ଅନ୍ୟ ମାନଙ୍କୁ ଗିରଫ କରିବା ପାଇ ଲିଖିତ ଦାବି କରିଛନ୍ତି। ଶନିବାର ଧର୍ମଗଡ଼ ଉପଖଣ୍ଡ ସିଡ୍ୟୁଲ କାଷ୍ଟ ଫେଡରେସନ ସଭାପତି ବିରଞ୍ଚି ନାରାୟଣ ଜାଲ ଙ୍କ ନେତୃତ୍ୱ ରେ ଏକ ଟିମ କୋକସରା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ।ପୋଲିସ ନିରପେକ୍ଷ ଭାବେ ଏହାର ତଦନ୍ତ କରି ଘଟଣା ରେ ସମ୍ପୃକ୍ତ ବ୍ୟକ୍ତି ଓ ମୁଖ୍ୟ ଅଭିଯୁକ୍ତ ଙ୍କୁ ହତ୍ୟା ମାମଲାରେ ଦଫା ରୁଜୁ କରା ନ ଗଲେ ଆଗାମୀ ଦିନରେ ଥାନା ଘେରାଉ କରିବାକୁ ଜିଲ୍ଲା କାର୍ଯ୍ୟକାରୀ ସଭାପତି ରିଷୀ ସୁଦାନ ଛତ୍ରପାଳ, ଆଶିଷ ରଞ୍ଜନ ନାଏକ, କୋଷାଧ୍ୟକ୍ଷ ଦେବେନ୍ଦ୍ର ନାଏକ, ଧର୍ମଗଡ଼ ଉପଖଣ୍ଡ ଯୁବ ସଭାପତି ଢଗ ନାଏକ, ଉପଦେଷ୍ଟା ଦିଗାମ୍ବର ଦୁରିଆ, ଭବାନୀପାଟଣା ଟାଉନ ସଭାପତି ସଞ୍ଜୟ ସୁନାନୀ, କୋକସରା ବ୍ଲକ ସଭାପତି କିଶୋର ଚନ୍ଦ୍ର ନାଏକ, ହେରମ୍ବ ସେନାପତି, ଦଣ୍ଡପାଟ ଡମ୍ବ ସମାଜ ସଭାପତି ବିରଞ୍ଚି ଖମରି, ସମ୍ପାଦକ ଯଶୋବନ୍ତ ପାଣିଗ୍ରାହୀ, ଉପସଭାପତି ପଙ୍କଜ ଠାକୁର, ସୁନୀଲ ଦୁରିଆ, କୋକସରା ବ୍ଲକ ସମ୍ପାଦକ ପ୍ରବୀଣ ପାଣିଗ୍ରାହୀ, ପ୍ରଧାନୀ ବାଗ, ଦିଶାନ୍ତ ବେଶ୍ରା, ଘନଶ୍ୟାମ ଛତ୍ରୀଆ, ଗୁପ୍ତେଶ୍ଵର, ଏ.ସରିତା ରାଓ, ଲକ୍ଷ୍ମୀପ୍ରିୟା କର ପ୍ରମୁଖ ଦାବି କରିବା ସହ ଯଦି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ