ସୁବଳୟା ହାଇସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ନେଇ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଉଚ୍ଚ ବିଦ୍ୟାଳୟରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ସ୍ବର୍ଣ୍ଣଲତା ବେହେରା ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ଚନ୍ଦ୍ରମଣି ବାଘ , ସଦାନନ୍ଦ ରଥ , ସୁନୀଲ ବରିହା , ନବକିଶୋର ପଧାନ , ପ୍ରଦୀପ ମହାନନ୍ଦ , ସିଦ୍ଧାର୍ଥ ମିଶ୍ର , ଶାମ୍ପା ବିଶ୍ବାଳ , ପ୍ରତିମା ବାଘ , ଅରୁଣ ସିଂ, ସୁରେନ୍ଦ୍ର ପାଢୀ , ସ୍ବର୍ଣ୍ଣମୟୀ ଶତପଥି , ଯାଜ୍ଞସେନୀ ବେରିହା , ମାନସୀ ଦାଶ , ପଙ୍କଜିନୀ ମେହେର , ଅସିତ ପଧାନ , ପଦ୍ମନାଭ ମିଶ୍ର , ବୁଲୁ ମେହେର , ବିଘ୍ନରାଜ ପଧାନ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ଟ୍ରାଫିକ ନିୟମ ଉପରେ ଅବଗତ କରାଇଥିଲେ। ଛାତ୍ର ଛାତ୍ରୀ ଙ୍କୁ ସଡକ ନିୟମ , ରାସ୍ତା ସଂକେତ , ଟ୍ରାଫିକ ନିୟମ ଆଦି ବିଷୟରେ ସୁଚନା ଦେବା ସହିତ ନିଜ ନିଜ ପରିବାର ଓ ପଡୋଶୀରେ ଏହି ନିୟମ ଅବଗତ କରାଇଲେ ସଡକ ଦୁର୍ଘଟଣା କମିବ ବୋଲି ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ଶିକ୍ଷକମାନେ କହିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଛାତ୍ର ଅଭିଷେକ ବେରିହା ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ଶାମ୍ପା ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ , ଜେଆରସି ଓ ସ୍କାଉଟ ର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।