Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତୁ ଚିନ୍ତା କରିବ ପାରିବୁ ନାହିଁ ମୁଁ କେଉଁ ସ୍ତରକୁ…ସ୍ଵାମୀ ଅରବିନ୍ଦଙ୍କୁ ଫୋନ କରି ଧମକ ଦେଲା ଅଞ୍ଜୁ

ନୂଆଦିଲ୍ଲୀ: ଫେସବୁକ ଫ୍ରେଣ୍ଡ ନସରୁଲ୍ଲା ପାଇଁ ଭାରତରୁ ପାକିସ୍ତାନ ଚାଲି ଯାଇଥିବା ଅଞ୍ଜୁ ସଂପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି। ଅଞ୍ଜୁ ପ୍ରଥମେ କହୁଥିଲେ ଯେ, ସେ କିଛି ଦିନ ପରେ ଭାରତ ଫେରିଯିବେ। କିନ୍ତୁ ଏବେ ସେ ନସରୁଲ୍ଲାଙ୍କୁ ନିକାହ କରି ସାରିଛନ୍ତି ଏବଂ ଫ୍ଲାଟ୍ ସହିତ ସମ୍ପତ୍ତିର ମାଲିକାଣୀ ମଧ୍ୟ ହୋଇ ସାରିଛନ୍ତି। ଏହା ମଧ୍ୟରେ ଖବର ଆସିଛି ଯେ, ଅଞ୍ଜୁ ପାକିସ୍ତାନରୁ ନିଜର ସ୍ଵାମୀ ଅରବିନ୍ଦଙ୍କୁ ଫୋନ କରିଛନ୍ତି ଏବଂ ଖୁବ୍ ଗାଳି ଦେଇଛନ୍ତି। ଏପରିକି ଅରବିନ୍ଦଙ୍କୁ ଅଶ୍ଳୀଳ ଶବ୍ଦ କହିବା ସହ ପିଲାଙ୍କୁ ନେଇ ଯିବାକୁ ଧମକ ଦେଇଛନ୍ତି।

ସୂଚନା ଅନୁଯାୟୀ, ଅଞ୍ଜୁ ନିଜ ପତିଙ୍କୁ ଫୋନ କରି ଗାଳି କରିଛନ୍ତି। ସେ କହିଛନ୍ତି ମୁଁ ଏବେ କୌଣସି ବି ବଦନାମି ପର୍ଯ୍ୟନ୍ତ ଯାଇ ପାରିବି। ତୁ ଚିନ୍ତା ବି କରି ପାରିବୁନି। ତୁମେ ମୋ ବିଷୟରେ ବହୁତ କହି ସାରିଲଣି। କିଛି ତ ନିଜ ବିଷୟରେ ଜଣାଅ। ତୁମେ ଏମିତି ନାଚି ଚାଲିଛି ଯେମିତି ମିଡିଆ ତୁମକୁ ନଚାଉଛି। ତୁମେ ସମସ୍ତଙ୍କୁ କାହିଁକି ଜଣାଉନ ଯେ ତୁମେ କେଉଁଭଳି ମଣିଷ।

ଏହା ପରେ ଅଞ୍ଜୁ କହିଛନ୍ତି, ମୋ ଇଚ୍ଛା ମୁଁ ଯେଉଁଠି ଚାହିଁବି ରହିବି। ତୁ ମୋତେ ଅଟକାଇବାକୁ କିଏ। ମୁଁ ତୋ ଉପରେ ଛେପ ପକାଉଛି। ମୋର ଦୁର୍ଭାଗ୍ୟ ଯେ, ମୁଁ ତ ପରି ମଣିଷ ଏବଂ ପରିବାର ସହ ରହୁଥିଲି। ମୁଁ ଭାରତ ଆସିବି ଏବଂ ନିଜ ପିଲାଙ୍କୁ ନେଇକି ରହିବି। ସୂଚନାଯୋଗ୍ୟ, ଅଞ୍ଜୁ ଫାତିମା ହୋଇ ନସରୁଲ୍ଲାଙ୍କୁ ନିକାହ କରି ସାରିଛି। ୨୦୧୯ରେ ଉଭୟଙ୍କ ମଧ୍ୟରେ ଫେସବୁକରେ ଯୋଗାଯୋଗ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ପ୍ରେମର ରୂପ ନେଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ