Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନୁଭବ-ବର୍ଷା ଛାଡ଼ପତ୍ର ବିବାଦ: ଷ୍ଟାର ଦମ୍ପତ୍ତିଙ୍କ ଚୂଡ଼ାନ୍ତ ଜେରା ଆରମ୍ଭ, ମାମଲାର ଶୀଘ୍ର ହେବ ଅନ୍ତ !

କଟକ: କଟକ ପରିବାର ଅଦାଲତରେ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଏହ ଷ୍ଟାର ଦମ୍ପତ୍ତିଙ୍କ ବହୁ ଚର୍ଚ୍ଚିତ ବିବାହ ବିଚ୍ଛେଦ ମାମଲାରେ ବର୍ଷାଙ୍କୁ ଚୂଡ଼ାନ୍ତ ଜେରା ଆରମ୍ଭ ହୋଇଛି। ଏହା ପରେ ଅନୁଭବଙ୍କୁ ଜେରା କରାଯିବ। ଜୁଲାଇ 31 ତାରିଖ ସୁଦ୍ଧା ଜେରା ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଖୁବ୍ ଶୀଘ୍ର ଛାଡ଼ପତ୍ର ମାମଲାର ଅନ୍ତ ହେବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲା ୩ ମାସ ମଧ୍ୟରେ ଶେଷ କରିବାକୁ ହାଇକୋର୍ଟ କଡା ନିର୍ଦ୍ଦେଶ ଦେଇଥିଲେ । ଏ ନେଇ କଟକ ପରିବାର ଅଦାଲତକୁ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରିଥିଲେ । ୪ ସପ୍ତାହ ମଧ୍ୟରେ ଜବାବ ସୁଆଲ ଶେଷ କରିବାକୁ କୋର୍ଟ କହିଥିଲେ।

ଜୁଲାଇ ୩୧ରେ ବର୍ଷାଙ୍କ ଚୂଡ଼ାନ୍ତ ସାକ୍ଷ୍ୟ ଗ୍ରହଣ ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହି ଆଧାରରେ ବର୍ଷାଙ୍କୁ ଚୂଡ଼ାନ୍ତ ଜେରା ଆରମ୍ଭ ହୋଇ ଯାଇଛି। ଚୂଡ଼ାନ୍ତ ସାକ୍ଷ୍ୟ ଗ୍ରହଣ ଶେଷ କରି ସାକ୍ଷ୍ୟ ଗ୍ରହଣର ୩ ମାସ ମଧ୍ୟରେ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ହାଇକୋର୍ଟ କହିଛନ୍ତି । ପରିବାର ଅଦାଲତରେ ଫଇସଲା ବିଳମ୍ବ ହେଉଥିବା ଦର୍ଶାଇ ସାଂସଦ ଅନୁଭବ ମହାନ୍ତି ଉଚ୍ଚ ନ୍ୟାୟାଳୟର ଦ୍ଵାରସ୍ଥ ହୋଇଥିଲେ।

ବର୍ଷାଙ୍କୁ ଅହେତୁକ ଅନୁକମ୍ପା ଦେଖାଯାଉଥିବା ହାଇକୋର୍ଟରେ ଅଭିଯୋଗ ହୋଇଥିଲା । ମାମଲାର ତ୍ୱରିତ ଶୁଣାଣି କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅନୁଭବ ମହାନ୍ତି । ପୂର୍ବରୁ ଗତ ୨୬ ତାରିଖରେ ଚର୍ଚ୍ଚିତ ଷ୍ଟାର ଦମ୍ପତ୍ତି ବର୍ଷା ଏବଂ ଅନୁଭବ ପରିବାର ଅଦାଲତରେ ହାଜର ହୋଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ