Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୟପାଟଣା ରୁ ସୁମିତ୍ ଅଗ୍ରୱାଲ ଓଡ଼ିଶା ପ୍ରଶାସନିକ ସେବା ରେ କୃତକାର୍ଯ୍ୟ।

କୋକସର:୦୧/୦୮ କଳାହାଣ୍ଡି ଜିଲ୍ଲା ଜୟପାଟଣା ସହରର ସୁମିତ କୁମାର ଅଗ୍ରୱାଲ ଓଡ଼ିଶା ପ୍ରଶାସନିକ ସେବା ଓଏଏସ ପରୀକ୍ଷାରେ ୩୩ନମ୍ୱର୍ ସ୍ଥାନ ରଖି ସଫଳତା ହାସଲ କରିଥିବା ଜଣାପଡିଛି। ଜୟପାଟଣା ସହର ର ମୁରାରୀ ପ୍ରସାଦ ଅଗ୍ରୱାଲ ଓ ମାତା ଅନିତା ଅଗ୍ରୱାଲ ଙ୍କ ସୁପୁତ୍ର ସୁମିତ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଅଧ୍ୟୟନ କଲାପରେ ବ୍ରହ୍ମପୁର ସ୍ଥିତ ନୀଳକଣ୍ଠ ନଗର ସରସ୍ଵତୀ ବିଦ୍ୟାମନ୍ଦିର ରେ ଦ୍ଵାଦଶ ପାସ କରି କରି ପାରି ପାଟଣା ଆଇଆଇଟି ରେ ଉଚ୍ଚ ଶିକ୍ଷା ପ୍ରାପ୍ତ କରିଥିଲେ| ଛୋଟ ବେଳରୁ ସୁମିତ ଜଣେ ମେଧାବୀ ଛାତ୍ର ଭାବରେ ପରିଚୟ ରଖିଥିବା ସୁମିତ ତାଙ୍କର ସଫଳତା ପଛରେ ଗୁରୁଜୀ, ତାଙ୍କର ପିତା ମୁରାରୀ ପ୍ରସାଦ ଓ ମାତା ଅନିତା ଓ ସମସ୍ତ ପରିବାର ଲୋକଙ୍କ ସଦିଚ୍ଛା ଓ ନିଜସ୍ବ ପ୍ରେଚେଷ୍ଟା ହି ସଫଳତାର କାରଣ ବୋଲି କହିଛନ୍ତି|ସଫଳତା ର ଖବର ଆସିବା ପରେ ଅଞ୍ଚଳ ରେ ଖୁସିର ଲହର ଖେଳି ଯାଇଥିବା ବେଳେ ପରିବାର ଲୋକଙ୍କ ପାଖକୁ ଅନେକ ଶୁଭେଚ୍ଛା ବାର୍ତ୍ତା ଆସୁଥିବା ଜଣା ପଡ଼ିଛି|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ