Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବତୀଙ୍କୁ ଦୁଷ୍କର୍ମ ମାମଲା:  କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ଵସ୍ତି

କଟକ: ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କୁ ମିଳିଲା ବଡ଼ ଆଶ୍ଵସ୍ତି। ସୌରିନଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଛି। ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ନିର୍ଦ୍ଧାରିତ ତାରିଖରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସିଆରପିସି ଧାରା 164 ଆଧାରରେ ପୀଡ଼ିତାଙ୍କ ବୟାନ ରେକର୍ଡ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆସନ୍ତା 25 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ଗିରଫ ଭୟରେ ଜୁନ 26 ତାରିଖରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ। ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ।  ସେ ନିର୍ଦ୍ଦୋଷ ଏବଂ ତାଙ୍କ ବିରୋଧରେ ଥିବା ଅଭିଯୋଗ ଭିତ୍ତିହୀନ ଏବଂ ଉଦ୍ଦେଶ୍ୟମୂଳକ ବୋଲି ଆବେଦନରେ ଦର୍ଶାଇଥିଲେ।  ଓଲିଉଡ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୁଦ୍ଧରେ ଜଣେ ଓଡ଼ିଆ ଗାୟିକା କଟକ ମହିଳା ଥାନାରେ ଏତଲା ଦେଇଥିଲେ। ବିହାରର ପ୍ରଲୋଭନ ଦେଖାଇ ଏବଂ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା, ଦୁଷ୍କର୍ମ କରିବା ଓ ଶୋଷଣ କରିବା କଣ୍ଠଶିଳ୍ପୀଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏହା ପରଠୁ ପୋଲିସ ପକ୍ଷରୁ ସୌରିନଙ୍କ ଗିରଫ ପାଇଁ ଉଦ୍ୟମ ଜାରି ରହିଥିଲା। ସୌରିନ ଭଟ୍ଟ ଯୁବତୀଙ୍କ ଅଭିଯୋଗ ପରଠୁ ଫେରାର ଥିବା କୁହାଯାଉଥିଲା।

ଯୁବତୀ ଅଭିଯୋଗ କରିଥିଲେ, 2015ରେ ଚିହ୍ନା ପରିଚୟ ହୋଇଥିଲା। ତା ପରେ ସୌରିନ୍ ବିବାହିତ ବୋଲି ଜାଣିଲା ପରେ ଯୁବତୀ ଦୂରେଇ ବାକୁ ଚାହିଁଥିଲେ। ହେଲେ ସୌରିନ ବିବାହ ପ୍ରତିଶ୍ରୁତି ଦେଇ ପୁଣି ଆଗକୁ ସମ୍ପର୍କ ବଢାଇ ଥିଲେ।