Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କଲଭର୍ଟ ଭୁଶୁଡ଼ି ୫ ମୃତ୍ୟୁ ଘଟଣା: ୩ ଯନ୍ତ୍ରୀଙ୍କୁ ନିଲମ୍ବିତ, ସମ୍ପୃକ୍ତ ଠିକାଦାରଙ୍କ ନାଁରେ ଥାନାରେ ଏତଲା

ରାୟଗଡ଼ା: ରାୟଗଡ଼ାର କଲ୍ୟାଣସିଂହପୁର କଲଭର୍ଟ ଭୁଶୁଡ଼ି ୫ ଜଣଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ନିର୍ବାହୀ ଯନ୍ତ୍ରୀଙ୍କ ସହ ୩ ଯନ୍ତ୍ରୀଙ୍କୁ ନିଲମ୍ବନ  କରାଯାଇଛି।  ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତିଙ୍କ ସହ କନିଷ୍ଠ ଯନ୍ତ୍ରୀ ରାଜେଶ କୁମାର ମଣ୍ଡଳ ଓ ସହକାରୀ ଯନ୍ତ୍ରୀ ଭେଙ୍କେଟରମଣ ମୁଦୁଲିଙ୍କୁ ନିଲମ୍ବିତ କରାଯାଇଛି। ସମ୍ପୃକ୍ତ ଠିକାଦାରଙ୍କ ନାଁରେ ଥାନାରେ ଏତଲା ଦାୟର କରାଯାଇଥିବା ମଙ୍ଗଳବାର ଜିଲ୍ଲାପାଳ ସ୍ୱଧା ଦେଵ ସିଂ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଉପରସଜା ଗାଁ ନିକଟରେ  ବଡ଼ ଧରଣର ଅଘଟଣ ଘଟିଥିଲା। ଲଗାଣ ବର୍ଷା ହେଉଥିବାରୁ ବ୍ରିଜତଳେ ୬ଜଣ ଗାଧୋଉଥିବା ବେଳେ ହଠାତ କଲଭର୍ଟ ଭୁଶୁଡ଼ି ପଡ଼ିବାରୁ ସେମାନେ ବ୍ରିଜ ତଳେ ଚାପି ହୋଇଯାଇଥିଲେ। ଯାହା ଫଳରେ ପାଞ୍ଚ ଜଣଙ୍କ ମୃତ୍ୟୁ ଗଟିଥିଲା। ମୃତକ ୫ ଜଣଙ୍କ ମଧ୍ୟରୁ ୪ ଜଣ ଶିଶୁ ଥିବା ଜଣାପଡିଛି ।  ମୃତକ ହେଲେ ଲକ୍ଷ୍ମୀଧର ମିଣିଆକା(୪୫), ପ୍ରିନ୍ସ ମିଣିଆକା, ସୁମନ ମିଣିଆକା (୫), ସାରନ ମିଣିଆକା(୫) ଓ ମନୋଜ ମିଣିଆକା (୫)। ଦୁଇଟି ପରିବାରର ଦୁଇ ଜଣ ଲେଖାଏଁ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଏକ ପରିବାର ଜଣଙ୍କର ପ୍ରାଣହାନି ଘଟିଛି।

ମୁଖ୍ୟମନ୍ତ୍ରୀ ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକ ମୃତକଙ୍କ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୪ବର୍ଷ ତଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କଟଲପାଡୁ ଠାରୁ ଉପରସଜା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଆରମ୍ଭ ହୋଇଥିଲା। ୪ମାସ ତଳେ ଉପରସଜା ନିକଟସ୍ଥ ଜାପିଙ୍ଗ ନାଳରେ ଠିକାଦାର କଲଭର୍ଟ କାମ ଆରମ୍ଭ କରି ସେଣ୍ଟ୍ରିଂ ପକାଇ ଛାଡ଼ି ଦେଇଥିଲେ। ଯାହାଫଳରେ କଲଭର୍ଟ ତଳେ ପାଣି ଜମି ରହିଥିବାରୁ ଆଜି ସକାଳେ ଲକ୍ଷ୍ମୀଧରଙ୍କ ସହ ୫ଶିଶୁ ଗାଧୋଇବାକୁ ଯାଇଥିଲେ। ବର୍ଷା ମାଡ଼ରେ ଦୁର୍ବଳ ହୋଇଯାଇଥିବା ସେଣ୍ଟ୍ରିଂ ହଠାତ୍‌ ଭୁଶୁଡ଼ି ଯିବାରୁ ସମସ୍ତେ ତଳେ ଚାପି ହୋଇ ରହିଯାଇଥିଲେ।