Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠା ସାହିତ୍ୟ ଘର ତରଫରୁ ବିଭିନ୍ନ କିସମର 130 ଟି ବୃକ୍ଷ ରୋପଣ,

ବେଲଗୁଣ୍ଠା, 01/08, ସମ୍ବାଦ ମୁଖ୍ୟ ସୌମ୍ୟରଞ୍ଜନ ପଟନାୟକଙ୍କ ଆହ୍ୱାନ କ୍ରମେ ସାରା ରାଜ୍ୟରେ ସମ୍ବାଦ ସାହିତ୍ୟ ଘର ଗୁଡ଼ିକ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି I ଏହି କ୍ରମରେ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ତରଫରୁ ମାସାଧିକ କାଳ ଧରି ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟ ଜାରି ରହିଥିବା ବେଳେ ଆଜି ଗାଙ୍ଗପୁର ନିକଟସ୍ଥ ବୋରି ଟ୍ୟାଲେଣ୍ଟ୍ ହଣ୍ଟ୍ ଇଣ୍ଟିଗ୍ରାଲ୍ ସ୍କୁଲ୍ ପରିସରରେ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ଗୋବରା ଶାଖାର ଏକାଦଶତମ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ସମ୍ବାଦ ପ୍ରତିନିଧି ତଥା ସମ୍ବାଦ ସାହିତ୍ୟ ଘର ସାଂଗଠନିକ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ରଙ୍କ ତତ୍ତ୍ୱାବଧାନରେ ଆଜି ଟ୍ୟାଲେଣ୍ଟ୍ ହଣ୍ଟ୍ ଇଣ୍ଟିଗ୍ରାଲ୍ ସ୍କୁଲ୍ ପରିସରରେ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର, ମାଆ ବୁଢାକେନ୍ଦୁ ଯୁବ ଛାତ୍ର ସଂସଦ ଏବଂ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମିଳିତ ପ୍ରୟାସରେ ବୃକ୍ଷରୋପଣ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ, ମାଆ ବୁଢାକେନ୍ଦୁ ଯୁବ ଛାତ୍ର ସଂସଦ ସଭାପତି,ପଞ୍ଚାନନ ନାୟକ,ବିଷ୍ଣୁଧର ନାୟକ,ବଳରାମ ସାହୁ,ଦୀପକ୍ ବାରିକ,ଟ୍ୟାଲେଣ୍ଟ୍ ହଣ୍ଟ୍ ଇଣ୍ଟିଗ୍ରାଲ୍ ସ୍କୁଲ୍ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବିଷୋୟୀ,ଅନୁଷ୍ଠାନ ସମ୍ପାଦିକା ଲକ୍ଷ୍ମୀ ଗୁରୁ,ଶିକ୍ଷୟିତ୍ରୀ ମନିଷା ବିଷୋୟୀ,ବର୍ଷାରାଣୀ ବିଷୋୟୀ,ରାଗିଣୀ ବିଷୋୟୀ,ଈସିକା ସାହୁ, ନଗରୀ ବିଷୋୟୀ, ରଚନା ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ I ଏହି ଅବସରରେ ବିଦ୍ୟାଳୟ ପରିସରରେ ଅଁଳା, ଶାଗୁଆନ୍, ପିଜୁଳି, ଜାମୁକୋଳି,କରଞ୍ଜ, କାଠ ବାଦାମ, ଅଶୋକ,ଅର୍ଜୁନ ଆଦି ପ୍ରଜାତିର. 127 ଟି ଚାରା ରୋପଣ କରାଯାଇଥିଲା I କାର୍ଯ୍ୟକ୍ରମରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିବା ବେଳେ ସମସ୍ତ ଚାରର ଯତ୍ନ ନେବେ ବୋଲି ଶପଥପାଠ କରିଥିଲେ I ସମ୍ବାଦ ସାହିତ୍ୟ ଘର ସହ ସମ୍ପାଦକ ଶିଶିର କୁମାର ସ୍ୱାଇଁ ଧନ୍ୟବାଦ୍ ଜ୍ଞାପନ କରିଥିଲେ I
ଫଟୋ