Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଉପଖଣ୍ଡ ଅଞ୍ଚଳ ରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଯୋଗଯୋଗ ବିଚ୍ଛିନ୍ନ; ଧନଜୀବନ ଅସ୍ତବ୍ୟସ୍ତ

ବୀରମହାରାଜପୁର : ଗତ ତିନିଦିନ ଧରି ତୁହାକୁ ତୁହା ହେଉଥିବା ଲଗାଣ ବର୍ଷା ରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ଉଭୟ ବ୍ଲକ ଅଞ୍ଚଳର ବନ୍ଯା ପରିସ୍ଥିତି ଦେଖାଦେଇଛି । ଉଲୁଣ୍ଡା ବ୍ଲକର ଅନେକ ସ୍ଥାନରେ ବିଭିନ୍ନ ପୋଲ ଏବଂ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବା ରୁ ଲୋକଙ୍କ ଗମନାଗମନ ରେ ବାଧାସ୍ରୁଷ୍ଟି ହେଉଥିବା ଦେଖାଦେଇଛି । ସୂଚନା ମୁତାବକ ଆଜି କୁକିଆ – କପାଶିରା ପୋଲ ଉପରେ ୪ ଫୁଟ ର ବର୍ଷା ପାଣି ପ୍ରବାହିତ ଯୋଗୁ ଗମନାଗମନ ବିଛିନ୍ନ ହୋଇ ପଡିଛି , ସେହିପରି ବିଜେପୁର ବ୍ରିଜ ଉପରେ ୪ ଫୁଟ ପାଣି ପ୍ରବାହିତ ହେଉଥିବା ରୁ ହିକୁଡି , ଧର୍ମଶାଳା – ବୀରମହାରାଜପୁର କୁ ସଂଯୋଗ କରୁଥିବା ରାସ୍ତା ମଧ୍ଯ ବନ୍ଦ ରହି ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡିଛି। ଅନ୍ଯ ପଟେ ପିଡବ୍ଲ୍ୟୁଡି ରାସ୍ତା ରୁ ପତ୍ରାପାଲି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଉପରେ ମଧ୍ଯ ୩ ଫୁଟ୍ ପାଣି ପ୍ରବାହିତ ହେଉଥିବା ରୁ ଗମନାଗମନ ବାଧା ହୋଇ ପଡିଛି । ଉଲୁଣ୍ଡା ଶିବ ମନ୍ଦିର ଠାରୁ ଲସତଲାକୁ ସଂଯୋଗ କରିଥିବା ରାସ୍ତାରେ ମଧ୍ଯ ବର୍ଷା ପାଣି ପ୍ରବାହ ଯୋଗୁଁ ଧୋଇ ହୋଇଯିବା ଫଳରେ ସେଠାରେ ମଧ୍ଯ ଯୋଗାଯୋଗ ବିଚ୍ଛିନ୍ନ ହୋଇ ରାସ୍ତା ଉପରେ ୩ ଫୁଟ ପାଣି ପ୍ରବାହିତ ହେଉଥିବା ଦେଖାଦେଇଛି । ସେହିପରି ପିଡବ୍ଲ୍ୟୁଡି ରାସ୍ତା ରୁ ଦକ୍ଷିଣିପାଲି କୁ ସଂଯୋଗ କରୁଥିବା ରାସ୍ତାର ଏକ ପୋଲ ଉପରେ ମଧ୍ଯ ୨ ଫୁଟ ପାଣି ପ୍ରବାହିତ ହେଉଥିବା ରୁ କିଛି ଘଣ୍ଟା ପାଇଁ ଯାତାୟାତ ବିଛିନ୍ନ ହୋଇଥିବା ବେଳେ ବର୍ତ୍ତମାନ ସ୍ବଭାବିକ ରହିଛି I ମାତ୍ର ଅଧିକ ବର୍ଷା ହେଲେ ପୁଣି ଗମନାଗମନ ରେ ବାଧାପ୍ରାପ୍ତ ହେବା ଆଶଂକା ରହିଛି। ଅନ୍ଯ ପଟେ ହରି ହର ଜୋର , ଠେଙ୍ଗୋ ଡ୍ଯାମ ରୁ ଗତକାଲି ୬ ଟି ଗେଟ ଦେଇ ବନ୍ଯାଜଳ ନିସ୍କାଷନ ହେଉଥିବା ରୁ କଲାପଥର ପଞ୍ଚାୟତ ର ଜମ୍ଭାଲିପାଲି ଗ୍ରାମ ଜଳ ବନ୍ଧନରେ ରହିଥିବା ବେଳେ ଲୋକଙ୍କୁ ଶୁଖିଲା ଖାଦ୍ୟ ଏବଂ ରନ୍ଧା ଖାଦ୍ୟ ମଧ୍ଯ ଯୋଗାଇ ଦିଆଯାଇଥିବା ଜଣାପଡିଛି। ଅନ୍ଯ ପଟେ ଡ୍ୟାମର ତଳ ମୁଣ୍ଡର ବିଭିନ୍ନ ଗ୍ରାମରେ ବର୍ଷା ସାଙ୍ଗକୁ ବନ୍ୟା ପାଣି ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି l ଉଲୁଣ୍ଡା ବ୍ଲକର ୧୭ ଟି ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଅନେକ ଲୋକଙ୍କ ଘର ମଧ୍ଯ ଭାଙ୍ଗିଥିବା ଜଣାପଡିଛି । ତେବେ ଉଲୁଣ୍ଡା ତହସିଲଦାର ଦିଲ୍ଲୀପ ମାଝି ଏବଂ ଅତିରିକ୍ତ ତହସିଲଦାର ସୋମନାଥ ବେହେରା ରେଭେନ୍ୟୁ ସୁପଭାଇଜର ଏବଂ ରାଜସ୍ବନିରିକ୍ଷକ ମାନେ ଉକ୍ତ ବନ୍ଯା ସ୍ଥିତି ସମିକ୍ଷା କରିଥିଲେ । ଠିକ ସେହିପରି ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଘୁଙ୍ଗିଜୋର ଉପରେ ବର୍ଷା ପାଣି ପ୍ରବେଶ କରି ବୀରମହାରାଜପୁର – ମୁର୍ଷୁଣ୍ଢି – ଅମରପାଲି ପୂର୍ତ୍ତବିଭାଗ ରାସ୍ତାର ଭୁତିଆ ପାଲି ପୋଲ ଉପରେ 5 ଫୁଟ ପାଣି ପ୍ରବାହିତ ଯୋଗୁ ଗମନାଗମନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି I ହରିହର ଜୋର ରେ ବର୍ଷା ଏବଂ ବନ୍ୟା ଜଳ ପ୍ରବେଶ କରିବାରୁ ପଥର ଘାଟ – ମୁର୍ଷୁଣ୍ଢି ପୋଲ ଉପରେ ଚାରି ଫୁଟ ପାଣି ପ୍ରବାହିତ ଯୋଗୁ ଯୋଗାଯୋଗ ବିଛିନ୍ନ ହୋଇଛି l ବୀରମହାରାଜପୁର ସୁବଳୟା ମୁଖ୍ୟ ରାସ୍ତାର ବାଗବର ନାଳ ଉପରେ ମଧ୍ୟ 4 ଫୁଟ ପାଣି ପ୍ରବାହିତ ଯୋଗୁ ଯାତାୟତ କରିବlରେ ବାଧା ଦେଖା ଦେଇଛି I ବୀରମହାରାଜାପୁର ପ୍ରଶାସନ ତରଫରୁ ବିଭିନ୍ନ ଅଧିକାରୀ ମାନେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଲୋକଙ୍କ ବିଭିନ୍ନ ସମସ୍ୟାର ତଦାରଖ କରୁଥିବା ଜଣାପଡ଼ିଛି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories